ସିଲ ହେଲା ‌ବ୍ର‌ହ୍ମପୁର କଳାମନ୍ଦିର ଲୁଗା ଦୋକାନ

ବ୍ରହ୍ମପୁର, (ୱାଇଏନ୍‌ଏସ୍‌): ଅନ୍ନପୁର୍ଣ୍ଣା ମାର୍କେଟ ସ୍ଥିତ କଳାମନ୍ଦିର ଶାଢ଼ୀ ସେଣ୍ଟର ଓ ତା’ର ପାଶ୍ୱର୍ ସ୍ଥିତ ଚନ୍ଦନ କଲେକ୍ସନ୍‌ ଶାଢ଼ୀ ସେଣ୍ଟରରେ ପ୍ରବଳ ଭିଡ଼ ହୋଇଥିବା ଓ ସାମାଜିକ ଦୂରତା ଉଲଂଘନ କରାଯାଇଥିବା ଦେଖି ମହାନଗର ନିଗମର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଚଢ଼ାଉ କରିଥିଲେ । ଉକ୍ତ ଚଢ଼ାଉ ବେଳେ କଳାମନ୍ଦିର ଶାଢ଼ୀ ସେଣ୍ଟର ମାଲିକ ପ୍ରତିବାଦ କରି ସ୍କ୍ୱାର୍ଡ଼କୁ ଅଟକ କରିଥିବା ଏବଂ ଦୋକାନର କର୍ମଚାରୀ ପାଟି ତୁଣ୍ଡ କରି ସ୍କ୍ୱାର୍ଡ଼କୁ ଅଟକ ରଖିଥିଲେ । ଖବର ପାଇ ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ସେଠାରେ ପହଞ୍ଚି ଘଟଣାସମ୍ପର୍କରେ ଅନୁଧ୍ୟାନ କରି ବୁଝାସୁଝା କରିଥିଲେ ବି ଦୋକାନ କର୍ମଚାରୀ ଓ ମାଲିକ ସ୍କ୍ୱାର୍ଡ଼କୁ ଛାଡ଼ି ନଥିଲେ । ଫଳରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଅତିରିକ୍ତ ଏସ୍‌ପି ପ୍ରଭାତ କୁମାର ରାଉତରାୟ ଓ ଟାଉନ୍‌ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ କଳାମନ୍ଦିର ଶାଢ଼ୀ ସେଣ୍ଟର ମାଲିକଙ୍କୁ ପୋଲିସ ଧରିନେଇଥିବା ଜଣାପଡ଼ିଛି । ଏପରିକି ଉକ୍ତ ଶାଢ଼ୀ ସେଣ୍ଟର ଓ ତା’ର ପାଶ୍ୱର୍ ସ୍ଥିତ ଚନ୍ଦନ କଲେକ୍ସନ୍‌ ଶାଢ଼ୀ ଦୋକାନକୁ ସିଲ କରିଦିଆଯାଇଥିବା ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ