ସିଲ ହେଲା ସର୍ଜିପ୍ଲାଷ୍ଟ ଇଣ୍ଡିଆ
କୁକୁଡାଖଣ୍ଡି,(ବିଭୂନନ୍ଦନ ପଣ୍ଡା):ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ଛକ ନିକଟରେ ଦୀର୍ଘ ବର୍ଷ ଧରି ଲୋକାୟତ ଭାବେ ବିନା ପ୍ରଦୂଷଣ ସାର୍ଟିଫିକେଟରେ ଚାଲିଥିଲା ସର୍ଜିପ୍ଲାଷ୍ଟ ଇଣ୍ଡିଆ ନାମରେ ଫିନାଇଲ ଓ ସର୍ଜିକାଲ ଉପକରଣ ପ୍ରସ୍ତୁତି କମ୍ପାନୀ । ଫିନାଇଲ ଫାକ୍ଟ୍ରି ଭାବି ଚଢ଼ାଉ ବେଳେ ଏଥିରେ ସରକାରୀ ମେଡିକାଲକୁ ଯୋଗାଉଥିବା ଓଆରଏସ ପକେଟ, ସର୍ଜିକାଲ ସ୍ପିରିଟ ଏବଂ କଟନ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳ ପରିବେଶ ପ୍ରଦୂଷଣ ହୋଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଥିଲା ।ଏହାକୁ ଆଧାର କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୁକୁଡ଼ାଖଣ୍ଡି ତହସିଲଦାର ସପନ କୁମାର ସାହୁ, ବ୍ରହ୍ମପୁର ପ୍ରଦୂଷଣ ବିଭାଗ ଏଇସି ପୁନମ ବେହେରା,ସ୍ଥାନୀୟ ଆରଆଇ, ସଦର ଥାନା ପୋଲିସ ଉପସ୍ଥିତରେ ଉକ୍ତ କମ୍ପାନୀ କୁ ଗୁରୁବାର ଦିନ ୨ଘ.୪୫ ମିନଟ ସମୟରେ ସିଲ କରାଯିବା ସହ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଉପସ୍ଥିତରେ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିଲା। ବିନା ସୂଚନା ଫଳକ ଓ ବିନା ବାଧାରେ ଦୀର୍ଘ ବର୍ଷ ଧରି ଏହି ଫିନାଇଲ ଓ ସର୍ଜିକାଲ ଉପକରଣ ପ୍ରସ୍ତୁତି ହେଉଥିଲା। ଏହି କମ୍ପାନୀର ମାଲିକ ଚିତ୍ତରଞ୍ଜନ ପଣ୍ଡା ହୋଇଥିବା ବେଳେ ପ୍ରାୟ ୭୦ଜଣ ମହିଳା ଓ ପୁରୁଷ କର୍ମଚାରୀ କାମକରୁଥିବା ନେଇ ସେଠାରେ ନିୟୋଜିତ ଥିବା ମ୍ୟାନେଜର ହରିପ୍ରସାଦ ଦୋରା ସୂଚନା ଦେଇଛନ୍ତି।