ଶିଶୁ କ୍ରିଡା ଉଦ୍ୟାନକୁ ରାସ୍ତା ପାଇଁ ପୁନଃ ସ୍ଥାନ ଚିହ୍ନଟ ଓ କାର୍ଯ୍ୟ ସମାପ୍ତ ପାଇଁ ନିର୍ଦ୍ଦେଶ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଜ୍ଞାପିତ ଅଂଚଳ ପରିଷଦ ମଧ୍ୟରେ ୧୫ ଗୋଟି ୱାର୍ଡ ଥିବା ସତ୍ବେ ଗୋଟିଏ ଶିଶୁ କ୍ରୀଡା ଉଦ୍ୟାନ ନଥିବାରୁ କିଛି ମାସ ପୂର୍ବେ ତତ୍କାଳୀନ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ମଥ ନାଥ ମଲ୍ଲିକ ବିଦ୍ୟୁତ୍ କାର୍ଯ୍ୟଳୟ ସମ୍ମୁଖରେ ଏକ ସ୍ଥାନ ନିରୂପଣ କରିବା ସହିତ ସେଠାକୁ ଯିବା ନିମନ୍ତେ ରାସ୍ତା ନଥିବାରୁ ଜୈନିକ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଏନଏସି ପାଇଁ ଅଢେଇ ଡିସିମିଲ ଜାଗା କିଣିଥିଲେ । ଆଜି ଏନ ଏସି ଅଧ୍ୟକ୍ଷା ପପି ପୃଷ୍ଟି,କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ,ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ଜାଗା ବିକିଥିବ ହିତାଧିକାରୀ ଓ କରଞ୍ଜିଆ ଆର ଆଇ ଙ୍କ ଉପସ୍ଥିତିରେ ପୁଣି ମାପ କରାଯାଇ ସ୍ଥାନ ନିରୂପଣ କରାଯାଇଥିବା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ନିର୍ମାଣାଧୀନ ଶିଶୁ କ୍ରୀଡା ଉଦ୍ୟାନ ପରିଦର୍ଶନ କରି କାର୍ଯ୍ୟ ତଦାରଖ କରିବା ସହିତ ତୁରନ୍ତ କାର୍ଯ୍ୟ ସମାପ୍ତ କରିବାକୁ କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ମହାନ୍ତ ଙ୍କୁ ଅଧ୍ୟକ୍ଷା ଶ୍ରୀମତୀ ପୃଷ୍ଟି ନିର୍ଦ୍ଦେଶ ଦେଇଥିବା କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି ।