ସିସିଡି ଦ୍ବାରା ବିଶ୍ବ ଭୈତିକ ଚିକିତ୍ସା ଦିବସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର ଫର୍ କମ୍ୟୁନିଟି ଡେଭଲପମେଣ୍ଟ (ସିସିଡି) ଆନୁକୁଲ୍ୟରେ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତକରମ ବିଭାଗ ସହାୟତାରେ ବିଶ୍ବ ଭୌତିକ ଚିକିତ୍ସା ଦିବସ ଆୟୋଜିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଅଧିକାରୀ ସନ୍ତୋଷ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏତଦ୍ ବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସାଳର ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ (ଆରବିଏସକେ)ର ଭୌତିକ ଚିକିତ୍ସକ ପ୍ରମୋଦ କୁମାର ପାଢୀ, ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗରୁ ସୁମନ୍, ସମର୍ଥର ଅଧ୍ୟକ୍ଷ ନିରଞ୍ଜନ ବେହେରା, ସମର୍ଥ ସମ୍ପାଦକ ସନ୍ତୋଷ କୁମାର ମହାରଣା, ସମର୍ଥ କୋଷାଧ୍ୟକ୍ଷ ପି. ଚିନ୍ନାରୀ ପ୍ରମୁଖ ସମ୍ମାନନୀୟ ଅତିଥି ବାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବତିଶି ଜଣ ଶିଶୁ ଓ ସେମାନଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ । ପ୍ରାରମ୍ଭିକ ଭାଷଣରେ କେଦାରନାଥ ପାଣିଗ୍ରାହୀ ସମସ୍ତଙ୍କୁ ସ୍ବାଗତ କରିଥିଲେ ଶଓଝଈ ଇତ, ସିସିଡି ଅନୁଷ୍ଠାନର ଭୌତିକ ଚିକିତ୍ସକ ଏହିକାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଅବଗତ କରାଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଦ୍ବାରା ପଚିଶି ଜଣ ମାନସିକ ବିକାରଗସ୍ତ ଶିଶୁହ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ୫୬ ଜଣ ଶିଶୁଙ୍କୁ ସରକାରଙ୍କ ଦ୍ବାରା ସହାୟତା ଯୋଗାଇଦିଆଯାଇଛି ଏବଂ ଏହା ବ୍ୟତୀତ ମୋଟ ୬୭ ଜଣ ଭିନ୍ନକ୍ଷମ ଶିଶୁଙ୍କୁ ସିସିଡି ଦ୍ବାରା ଭୌତିକ ଚିକିତ୍ସା ପ୍ରଦାନ କରାଯାଇଛି ବୋଲି ସରୋଜନୀ ରଇତ ସୂଚନା ଦେଇଛନ୍ତି । ମୁଖ୍ୟଅତିଥି ସନ୍ତୋଷ କୁମାର ନାୟକ ସିସିଡି ଏବଂ ଭୌତିକ ଚିକିତ୍କଙ୍କୁ ବହୁତ ପ୍ରୋତ୍ସାହନା ଦେଇଥିଲେ ଏବଂ ସେମାନଙ୍କର ୍ବଦାନକୁ ଏକ ମହାପୁନ୍ୟ କର୍ତ୍ତବ୍ୟ ଓ ଏହା ମାନବ ସେବା ବୋଲି କହିଥିଲେ । ଏହା ସହିତ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ତଥା ମାସିକ ଭତ୍ତା, ବାଣୀଶ୍ରୀ ଭତ୍ତା, ୟୁଡିଆଡି କାର୍ଡ ଉପରେ ଅବଗତ କରାଇଥିଲେ । ସମର୍ଥର ନିରଞ୍ଜନ ବେହେରା ଏବଂ ସନ୍ତୋଷ କୁମାର ମହାରଣା ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଅବଗତ କରାଇବା ସହ ଭୌତିକ ଚିକିତ୍ସା ଏକ ଉତ୍କୃଷ୍ଟ ମାର୍ଗ ଯୋ ଦ୍ବାରା କି କମ୍ ଖର୍ଚ୍ଚରେ ମାନସିକ ଓ ଶାରିରୀକ ବିକାରଗ୍ରସ୍ତ ଶିଶୁ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ବୋଲି ବିବେଚନା କରିଥିଲେ । େହା ସହିତ ଜିଲ୍ଲା ଭୌତିକ ଚିକିତ୍ସକ ପ୍ରମୋଦ କୁମାର ପାଢୀ ସମସ୍ତ ଅଭିଭାବକମାନଙ୍କୁ ପ୍ରୋତ୍ସାହନ କରିଥିଲେ ଯେ ଭୌତିକ ଚିକିତ୍ସା ଏକ ଲମ୍ବା ପ୍ରୟାସ ଏବଂ ଏଥିରେ ବିରକ୍ତି କିମ୍ବା ବିବ୍ରତ ନ ହୋଇ ଆଗକୁ ବଢିବାକୁ ହେବ ଏବଂ ନିଶ୍ଚିତ ସଫଳତା ପାଇବେ ବୋଲି କହିଥିଲେ । ଭୌତିକ ଚିକିତ୍ସା ଦ୍ବାରା ସିସିଡିର ସଫଳତାକୁ ପାୱାର ପଏଣ୍ଟ ମାଧ୍ୟମରେ ସରୋଜନୀ ରଇତ ଦର୍ଶାଇଥିଲେ େବଂ ଏକ ସଫଳତାର କାହାଣୀ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସିସିଡି ଅନୁଷ୍ଠାନର ଏସ୍. ସହ୍ମାଞ୍ଚଳମ୍ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସିସିଡିର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ