ସିଡ଼ିଏମଓଙ୍କ ହିଞ୍ଜିଳିକାଟୁ, ଡ଼ାକ୍ତରଖାନା ପରିଦର୍ଶନ

ହିଞ୍ଜିଳିକାଟୁ (ଶେଷଦେବ ସାହୁ) : ଗଂଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ପାଣିଗ୍ରାହୀ ଅଚାନକ ରାବିବାର ଦିନ ହିଞ୍ଜିଳିକାଟୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଡ଼ାକ୍ତରଖାନା ପରିସର ବୁଲି ଦେଖିଥିଲେ । ସ୍ଥାନୀୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ କଥାବାର୍ତା କରିବା ସହ ଆବଶ୍ୟକ ସମୟରେ ସଠିକ୍ ଭାବେ ଚିକିତ୍ସା ସେବା ଓ ଆବଶ୍ୟକୀୟ ଖାଦ୍ୟ ମିଳୁଥିବା ,ନେଇ ପଚାରି ବୁଝିଥିଲେ । ରୋଗୀଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ପରିବେଶ ସ୍ୱଛତା ରହିଥିବାରୁ ସନ୍ତୋଷବ୍ୟକ୍ତ କରିଥିଲେ । ରୋଗୀଙ୍କୁ ନିରାମୟ ଯୋଜନାରେ ଔଷଧ ପ୍ରଦାନ କରିବା ସହ ମାଗଣାରେ ବିଭିନ୍ନ ରୋଗର ପରୀକ୍ଷା କରିବା ପାଇଁ ରୋଗୀଙ୍କୁ ପବର୍ତାଇବାକୁ ଉପସ୍ଥିତ ଚିକିତ୍ସକଙ୍କୁ ପରାମର୍ଶ ଦେଇଥିଲେ । ପୋଲିଓ ଦିବସରେ ଡ଼ାକ୍ତରଖାନାରେ ପରିସରରେ ଜନ୍ମ ଠାରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ।ିଶୁଙ୍କୁ ବାଧ୍ୟତାମୂଳକ ଭାବେ ଦିଆଯାଉଥିବା ପୋଲିଓ ବୁନ୍ଦା କାର୍ଯ୍ୟକ୍ରମକୁ ବୁଲି ଦେଖିଥିଲେ । ସିଡ଼ିଏମଓ ପାଣିଗ୍ରାହୀଙ୍କ ଗ୍ରସ୍ତ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା. ନଳିନିକାନ୍ତ ପାଢି, ଡ଼ା. ମାଧବ କୁମାର ସାହୁ, ଡ଼ା. ଶେଖ ଅନସାରୀ ଅଲ୍ଲୀ, ଫାର୍ମାସିଷ୍ଟ କାର୍ତିକେଶ୍ୱର ସାହୁ, ସ୍ୱାସ୍ଥ୍ୟକେନ୍ଦ୍ର ସୁପରଭାଇଜର ଅଶୋକ କୁମାର ମିଶ୍ର, ଷ୍ଟାପନର୍ସ ରଶ୍ମିତା ସ୍ୱାଇଁ, ଦେବସ୍ମିତା ପାଢି, ହରପ୍ରିୟା ନାୟକଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ହିଞ୍ଜିଳିକାଟୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାେଚନ ମଣ୍ଡଳୀର ଡ଼ାକ୍ତରଖାନା ହୋଇଥିବାରୁ ସଦା ସର୍ବଦା ରୋଗୀଙ୍କୁ କିଭଳି ଉନ୍ନତ ମାନର ଚିକିତ୍ସ।। ସୁବିଧା ଯୋଗାଇ ଦିଆଯିବ ଏବଂ ଆବଶ୍ୟକୀୟ ଚିକିତ୍ସକ ସହ କର୍ମଚାରୀ ଯୋଗାଇ ଦିଆଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ