ସିୟାଚୀନରେ ପ୍ରତିରକ୍ଷାମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମନ୍ତ୍ରୀ ମଣ୍ଡଳ ରେ ୪ ରତ୍ନ ଶପଥ ନେଇ ସାରିବା ପରେ ସମସ୍ତେ ନିଜର ବିଭାଗ ଗ୍ରହଣ କରିସାରିଛନ୍ତି । ଏହି କ୍ରମରେ ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁ-କାଶ୍ମୀର ର ସିଆଚିନ ଗ୍ଲେସିୟର ଗ୍ରସ୍ତ କରିଛନ୍ତି ରାଜନାଥ । ତାଙ୍କ ସହିତ ସ୍ଥଳସେନା ମୁଖ୍ୟ ବିପିନ ରାୱତ ଓ ପ୍ରତିରକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ମାନେ ତାଙ୍କ ସହିତ ଯାଇଛନ୍ତି । ଆଜି ଶ୍ରୀ ନଗରର ସୁରକ୍ଷା ସଂର୍ମ୍ପକ ରେ ଟିଖନିଖ ବୁଝିବା ପରେ ସେ ଗ୍ରସ୍ତ ରେ ଯାଇଛନ୍ତି । ସୂଚନା ଅନୁସାରେ ସିୟାଚିନ ଗ୍ଲେସିୟର ଦେଶ ର ସବୁଠାରୁ ଉଚ୍ଚ ସୈ÷ନ୍ୟକ୍ଷେତ୍ର । ଏହା ହିମାଳୟ ର ପୂର୍ବ କାରାକୋରମ ପର୍ବତ ଶୃଙ୍ଘ ରେ ରହିଛି । ଏଠାରେ ଜବାନ ମାନଙ୍କୁ ବହୁ କଷ୍ଟ ରେ ଜୀବନ ନିର୍ବାହ କରିବାକୁ ପଡିଥାଏ । ଏହାର ତାପମାତ୍ରା ବେଳେ ବେଳେ ଶୁନରୁ ୬୦ ଡିଗ୍ରୀ ସେଲସିଏସ୍ ତଳକୁ ଚାଲିଯାଏ । ୧୯୮୪ରେ ପାକିସ୍ତାନକୁ ଭାରତ ପରାଜୟ କରି ସିୟାଚିନ୍ ଗ୍ଲେସିୟରକୁ ସେବେଠାରୁ ନିଜ କବଜାରେ ରଖିଛି ଭାରତୀୟ ସେନା ।