ସିୟୁଟିଏମର ଜଣେ ଛାତ୍ର ଆନ୍ଧ୍ର ସମୁଦ୍ରରେ ବୁଡି ମୃତ

ପାରଳାଖେମେୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପିକ୍‌ନିକ୍ କରି ମଜା ଉଠାଇବା କାଳ ସାଜିଛି । ଗଜପତି ଜିଲ୍ଲାର ସେଞ୍ଚୁରିୟନ (ସିୟୁଟିଏମ) ଠାରୁ ପୋଡଶୀ ଆନ୍ଧ୍ରର ସମୁଦ୍ର କୁଳରେ ପିକ୍‌ନିକ୍ ବନାଇ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏଥିରେ ୨ଜଣ ଅଳ୍ପକେ ବର୍ତ୍ତି ଯାଇଥିବନା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ସେଞ୍ଚୁରିୟନ (ସିୟୁଟିଏମ)ର କିଛି ଜଣ ଛାତ୍ର ପିକ୍‌ନିକ୍ କରି ମଜା ଉଠାଇବା ପାଇଁ ପୋଡଶୀ ଆନ୍ଧ୍ରର ବାବନପାଡୁ ସମୁଦ୍ର କୁଳକୁ ଗତକାଲି ଯାଇଥିଲେ । ଏମାନେ ପିକ୍‌ନିକ୍ କରି ମଜା ଉଠାଇବା ସହ ସମୁଦ୍ରରେ ସ୍ନାନ କରୁଥିବା ବେଳେ ୩ଜଣ ବୁଡି ଯାଇଥିଲେ । ଅନ୍ୟ ଛାତ୍ରମାନଙ୍କ ଆକୁଳ ଚିତ୍କାରରେ ସେଠାରେ ଥିବା ଧୀବରମାନେ ସମୁଦ୍ରକୁ ଲମ୍ଫ ମାରି ୨ଜଣକୁ ଉଦ୍ଧାର କରିଥିଲେ । ସେଞ୍ଚୁରିୟନ (ସିୟୁଟିଏମ)ର କୃଷି ବିଜ୍ଞାନ ଶେଷ ବର୍ଷର ଛାତ୍ର ଶେଖର କୁମାର ବେହେରା ଧୀବରମାନଙ୍କ ଆପ୍ରାଣ ଉଦ୍ୟମ ସତ୍ୱେ ବଞ୍ଚିପାରି ନ ଥିଲେ । ମୃତ ଦେହ ଉଦ୍ଧାର ହେବା ସହ ଆନ୍ଧ୍ର ଟେକାଲି ସରକାରୀ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତ ଛାତ୍ର ଜଣକଙ୍କ ଘର ବ୍ରହ୍ମପୁର ଗୋସାଇଁ ନୁଆଗାଁରେ ବୋଲି ସୁଚନା ମିଳିଛି । ଉଦ୍ଧାର ହୋଇଥିବା ୨ଜଣ ଛାତ୍ରଙ୍କ ଅବସ୍ଥା ସାମାନ୍ୟ ଗୁରୁତର ଥିବାରୁ ଏମାନଙ୍କୁ ଟେକାଲି ଗ୍ରାମର ସରକାରୀ ଡାକ୍ତରଖାନାରେ ଚିକିତ୍ସା ସେବା ଦିଆଯାଇଛି । ଆଜି ଏମାନଙ୍କ ଅଭିଭାବକ ପହଞ୍ଚିବା ପରେ ଏହି ୨ଜଣ ଛାତ୍ର ସେମାନଙ୍କ ନିଜ ନିଜ ଘରକୁ ଫେରିଛନ୍ତି । ସଂପୃକ୍ତ ଘଟଣା ନେଇ ସେଞ୍ଚୁରିୟନ (ସିୟୁଟିଏମ) ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀ ମାନଙ୍କ ଠାରେ ଗଭିର ଶୋକ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ