ସିୟୁଟିଏମ୍‌ରେ କୃଷକ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସହର ଉପକଣ୍ଠସ୍ଥ ଆଲୁରୀନଗର ଠାରେଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଏମ୍‌.ଏସ୍‌.ସ୍ୱାମୀନାଥନ କୃଷି ବିଦ୍ୟାଳୟ ତରଫରୁ କୃଷକମେଳା ଆୟୋଜିତ ହୋଇଯାଇଛି । ଏହି କୃଷକମେଳା ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ଉପସଭାପତି ଡ. ଡି.ଏନ୍‌.ରାଓ ଉଦ୍‌ଘାଟନ କରିଥିବାବେଳେ ତାଙ୍କ ସହ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ଦିଲ୍ଲୀପ କୁମାର ପଟ୍ଟନାୟକ, ସହକାରୀ ମସ୍ୟ ଅଧିକାରୀ କେ.କେ. ଗିରିଧାରୀ, ଜିଲା କୃଷି ଅଧିକାରୀ ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ । ଏହି ମେଳାରେ ପ୍ରାୟ ୧୨୦୦ଶହ କୃଷକ ଯୋଗଦେଇଥିବାବେଳେ ସେମାନେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ କୃଷି କୌଶଳ ବିକାଶ ଯୋଜନା ତରଫରୁ ଟୋପି ଯୋଗାଇଦିଆଯାଇଥିଲା । କୃଷକମାନେ ସବୁ ଷ୍ଟଲ ପରିକ୍ରମା କରି ଭିନ୍ନ ଭିନ୍ନ ନୂତନ କୌଶଳ ଗୁଡିକ ଦେଖି ଅନୁପ୍ରାଣିତ ହୋଇଥିଲେ । ଏଥିରେ ଡ.ଅନୀତା ପାତ୍ର ଏବଂ ବିଭିନ୍ନ ସ୍କୁଲର ଅଧିକାରୀମାନେ ଉପସ୍ଥିତ ରହିଥିଲେ । କୃଷିମେଳାର ଉଦ୍‌ଯାପନୀ ଉତ୍ସବରେ ଉପସଭାପତି ଚାଷୀମାଙ୍କୁ ଆଧୁନିକ ପ୍ରଣାଳୀରେ ଚାଷ କରିବାପାଇଁ ପ୍ରରଣା ଦେବା ସହ ଅଭିନବ କୃଷକମାନଙ୍କୁ ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ