ସିୟୁଟିଏମ୍ରେ ପୁରାତନ ଛାତ୍ର ସମ୍ମିଳନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଆଲୁରୀ ନଗର ଠାରେଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଦୁଇଦିନିଆ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟର ଉପସଭାପତି ଡି.ଏନ୍.ରାଓ ଉଦ୍ବୋଧନ ଦେଇ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ କହିଥିଲେ । ରେଜିଷ୍ଟ୍ରାର ଡ. ଅନୀତା ପାତ୍ର ଏହି କାର୍ଯ୍ୟକ୍ରମପାଇଁ ପୁରାତନ ବିଦ୍ୟାର୍ଥୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ଡ.ପ୍ରଜ୍ଞା ପାଣି ଛାତ୍ରଛାତ୍ରୀମାନଙ୍କୁ ପୁରୁଣା ଦିନର କିଛି ସ୍ମୃତି ମନେପକାଇ ବକ୍ତବ୍ୟ ରଖିଥିଲେ । ପୁରାତନ ଛାତ୍ରମାନଙ୍କ ମଧ୍ୟରେ ସର୍ବପ୍ରଥମ ବ୍ୟାଚର ମନୋଜ ନାୟକ ଯିଏକି ବାଙ୍ଗାଲୁରରେ ଅବସ୍ଥାପିତ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ । ସେହିପରି ବର୍ତ୍ତମାନର ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ସମୟର ସଦୁପଯୋଗକରିବାପାଇଁ ଆହ୍ୱାନଦେଇଥିଲେ । ଏହି ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ବିତ ପାତ୍ର, ଡ. ସୁଶାନ୍ତ ପଟ୍ଟନାୟକ, ଡ. ସଂଗ୍ରାମକେଶରୀ ସ୍ୱାଇଁ ପରିଚାଳନା କରିଥିବାବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଡେପୁଟି ରେଜିଷ୍ଟ୍ରାର ସନ୍ଦୀପନ ପାଇନଙ୍କ ତତ୍ୱାବଧାନରେ ହୋଇଥିଲା ।


