ସିୟୁଟିଏମ ତରଫରୁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଯୋଗା ଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜାତୀୟ ପରିଷଦ ଭାରତୀୟ ଦ୍ୱାରା ସମର୍ଥିତ, ସାମାଜିକ, ସାଂସ୍କୃତିକ ବିକାଶ କେନ୍ଦ୍ର ଓଡିଶା ଦ୍ୱାରା ସଂଗଠିତ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଯୋଗାଯୋଗ ନିମନ୍ତେ ଶିଳ୍ପଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଯୋଗାଯୋଗ ନିମନ୍ତେ ମିଳିତ ଭାବରେ ବିଦ୍ୟାର୍ଥୀ ମାନଙ୍କ ଦକ୍ଷତା ଭିତ୍ତିକ ଜ୍ଞାନ ନିମନ୍ତେ ଏକ ଶିଳ୍ପ ଭ୍ରମଣର ଆୟୋଜନ କରିଅଛି । ଯହାଦ୍ୱାରା ବିଦ୍ୟାର୍ଥୀମାନେ ସିଦ୍ଧାନ୍ତ ପରିବର୍ତ୍ତେ ପ୍ରକୃତ ପକ୍ଷରେ କିଛି ଜ୍ଞାନ ଆହରଣ କରିପାରିବେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ପିଲାମାନେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଯାଇ ପରିଦର୍ଶନ କରିବା ସହ ପଚାରି ବୁଝିଥିଲେ । ପାରଳାଖେମୁଣ୍ଡି ସହରରେ ଥିବା ଇଡକୋ କ୍ଷେତ୍ର ସ୍ଥିତ ଜେ.ପି.ଫୁଡ୍ କାରଖାନା, ଗଜପତି ଡୋରସ୍, ଏବଂ ଗ୍ରାମ ତରଙ୍ଗ ଭ୍ରମଣ କରିଥିଲେ । ପରେ କାଶୀନଗର ବ୍ଲକର ହାଡୁଭାଙ୍ଗି ଠାରେ ଥିବା କାଜୁ କାରଖାନା ଓ ଶେଷରେ ସେଞ୍ଚୁରିୟନ୍ ବିଶ୍ୱ ବିଦ୍ୟାଳୟ ଠାରେ ଥିବା ମିନି ଟୁଲ୍ ରୁମ୍, ଆପ୍ରେଲ ୟୁନିଟ୍ ଏବଂ ଗ୍ରାମ ତରଙ୍ଗ କୁ ଯାଇଥିଲେ । ସାମାଜିକ ସାଂସ୍କୃତିକ ବିକାଶ କେନ୍ଦ୍ରର ସଭାପତି ବନମାଳୀ ସାହୁ, ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁନିତା ପାଣିଗ୍ରାହୀ, ପ୍ରଶାସନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର ଓ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତଥିଲେ ।