ସି.ଆର.ସି.ସି.ଙ୍କୁ ସ୍ୱାଗତ ଓ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କାକଟମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରର ସି.ଆର.ସି.ସି. ବଳଦେବ ପ୍ରସାଦ ଜେନାଙ୍କର ଲେଭେଲ -୩ ପ୍ରଧାନ ଶିକ୍ଷକ ପଦକୁ ପଦୋନ୍ନତି ହୋଇ ଫକିରାବାଦ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ବଦଳି ହୋଇଥିବାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଏହି କ୍ଲଷ୍ଟରର ଅସ୍ଥାୟୀ ସି.ଆର.ସି.ସି. ଭାବେ ସ୍ଥାନୀୟ ରତ୍ନାକର ନୋଡାଲ ଉଚ୍ଚ ବିଦ୍ୟାଳୟର ସି.ଆର.ସି.ସି. ଅନନ୍ତ ପରିଡା ଯୋଗଦେଇଥିବାରୁ ତାଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା । କାକଟମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବୀଣା ଦାଶ ଶ୍ରୀ ଜେନାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଶିକ୍ଷୟତ୍ରୀ ସୁଜାତା ମହାନ୍ତି ନୂତନ ଭାବେ ଯୋଗଦେଇଥିବା ଶ୍ରୀ ପରିଡାଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଶିକ୍ଷା ସଂଯୋଗ ବ୍ୟବସ୍ଥାରେ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ, ମୋ ସ୍କୁଲ ଅଭିଯାନ,ଭିଟାମିନ ଯୁକ୍ତ ପନିପରିବା ବଗିଚା ପରିଚାଳନା,ମଧ୍ୟାହ୍ନ ଭୋଜନ ବଂଟନ, ଛାତ୍ରଛାତ୍ରୀଙ୍କ ଏଲ.ଇ.ପି. ଓ ଏନ.ଟି. ପୁସ୍ତକ ସମ୍ପର୍କରେ ୱାର୍କସିଟର ଚେକ କରାଯିବା, ଗୁଣାତ୍ମକ ଶିକ୍ଷାରେ ଆଜିର ପ୍ରତିକୂଳ ପରିସ୍ଥିତିରେ ଯେପରି ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ଶିକ୍ଷାଦାନ ପହଁଚି ପାରିବ ଏବଂ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସହଯୋଗ ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସେକ ରଇସୁଦ୍ଦିନ, ମୋତିଉର ରହେମନ, ପିତାମ୍ବର ସାହୁ, ସୈାଭାଗ୍ୟ ଦାଶ, କମଳା ସାହୁ, ସତ୍ୟଭାମା ନାୟକ, ମୈତ୍ରୀ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷୟତ୍ରୀ ବନ୍ଦନା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ