ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ପକ୍ଷରୁ ମାସ୍କ ବଣ୍ଟନ

ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ପକ୍ଷରୁ ସୋମବାର ତାଜିପୁର ଆଦିବାସୀ ସାହି ସନ୍ନିକଟ ଗୋପିନାଥପୁର ରାଉଳ ସାହିର ଲୋକ ମାନଙ୍କୁ କୋଭିଡ୍‌-୧୯ ସଂପର୍କରେ ସଚେତନ କରାଯାଇଥିଲା । ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ଅବଲମ୍ବନ କରିବା, ମାକ୍ସ ବ୍ୟବହାର କରିବା, କୌଣସି ନିଶାଦ୍ରବ୍ୟ ସେବନ ନକରିବା, ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା, ପାଇଖାନା ବ୍ୟବହାର କରିବା, ଅତି ଜରୁରୀ ନହେଲେ ବାହାରକୁ ନବାହାରିବା ସଂପର୍କରେ ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡିର ସଂପାଦକ ଗୋପିନାଥ ଦାଶ ଲୋକ ମାନଙ୍କୁ ବୁଝାଇଥିଲେ । ଏଥିସହ ଥଣ୍ଡା, କାଶ, ଛିଙ୍କ, ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ପାଇଁ କହିଥିଲେ । ପରେ ସଂପାଦକ ଗୋପିନାଥ ଦାଶ ଓ ସଂସ୍ଥାର ସ୍ୱେଚ୍ଛାସେବୀ ବରୁଣ ପେରେଇଙ୍କ ଦ୍ୱାରା ଲୋକ ମାନଙ୍କୁ ମାକ୍ସ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ