ସି.ଟି. ପ୍ରଶିକ୍ଷାର୍ଥୀ ଅପାମାନଙ୍କ ବନ୍ଧୁମିଳନ ସମାବେଶ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ମହିଳା ସି.ଟି. ପ୍ରଶିକ୍ଷଣ ବିଦ୍ୟାଳୟର ୧୯୭୪-୭୭ବ୍ୟାଚର ଅପାମାନଙ୍କ ଏକ ବନ୍ଧୁମିଳନ ସମାରୋହ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତେ ପ୍ରଭୁ ଶ୍ରୀବଳଦେବଜୀଉ, ମା’ ଲକ୍ଷ୍ମୀ ଓ ପାଶ୍ୱର୍ ଦେବାଦେବୀମାନଙ୍କ ପୂଜାର୍ଚ୍ଚନା ସହ ଭକ୍ତିଅର୍ଘ୍ୟ ପ୍ରଦାନ କରି ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ଏହି ବନ୍ଧୁମିଳନ ସମାରୋହର ଆବାହିକା ଓ ସଂଗଠିକା ମଞ୍ଜୁବାଳା ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଅପା ରୁକ୍ମଣୀ ରାଉତ ସଭାପତିତ୍ୱ କରିଥିଲେ । ଅନ୍ୟତମ ବରିଷ୍ଠ ଅପା ମନୋରମା ନାୟକ ମାର୍ଗଦର୍ଶିକା ସାଜି ବନ୍ଧୁମିଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତୀ ତ୍ରିପାଠୀ, ପ୍ରତିଭା ମଲ୍ଲ, ସନ୍ଦିପ ପରିଡା, ବିଷ୍ଣୁପ୍ରିୟା ଦାଶ, ବିମଳା ସେନ୍‌, ସାବିତ୍ରୀ ପ୍ରଧାନ, ପୁଷ୍ପଲତା ମହାନ୍ତି, ଜୟନ୍ତୀ ଜେନା, ହରପ୍ରିୟା ତ୍ରିପାଠୀ, ପ୍ରଭାତି ଦାସ, ପ୍ରତିମା ନାୟକ ପ୍ରଭୃତି ଅପାମାନେ ଉପସ୍ଥିତ ରହି ନିଜର ଦୀର୍ଘଦିନର ଅତୀତ ସ୍ମୃତି ସାଉଁଟିବା ସହ ପାରିବାରିକ ସୁଖଦୁଃଖର ବାର୍ତ୍ତାଳାପ ଓ ହସଖୁସିରେ ମଜ୍ଜି ଯାଇଥିଲେ । ଆଗାମୀ ବୈଠକରେ ଅନ୍ୟମାନଙ୍କୁ ଯୋଗାଯୋଗ କରାଯାଇ ଉପସ୍ଥିତ ରହିବାକୁ ସ୍ଥିର କରାଯାଇଥିଲା । ବିଷ୍ଣୁପ୍ରିୟା ଦାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ