ସି ବି ଆଇ ଜାଲରେ ଯନ୍ତ୍ରୀ
ପାରାଦୀପ,(ପିତବାସ ପ୍ରଧାନ):ଲାଞ୍ଚ ନେଇ ସିବିଆଇ ଦ୍ବାରା ଗିରଫ ହେଲେ ମିଲିଟାରୀ ଇଞ୍ଜିନିୟର ସର୍ଭିସେସ ର ଜୁନିଅର ଇଞ୍ଜିନିୟର। ପାରାଦୀପ କୋଷ୍ଟ ଗାର୍ଡ ରେସିଡେନ୍ସିଆଲ ଏରିଆ ପରିସରରେ ଥିବା ଏମ୍ଇଏସ୍ କାର୍ଯ୍ୟାଳୟ ରୁ ଇଲେକ୍ଟ୍ରିକାଲ ଆଣ୍ଡ ମେକାନିକାଲ ଜେଇ ରାଜୀବ ରଞ୍ଜନ ରେଡ୍ଡୀ ଙ୍କୁ ୩୦ ହଜାର ଟଙ୍କା ସହ ଧରିଲା ସିବିଆଇ। ଠିକାଦାରଙ୍କ ଠାରୁ ଜେଇ ଟଙ୍କା ନେଉଥିଲେ। ଦୀର୍ଘ ୭ ଘଣ୍ଟା ଧରି ସିବିଆଇ ଅଧିକାରୀମାନେ ଜେଇଙ୍କ ଅଫିସ ଏବଂ କ୍ଵାର୍ଟର୍ସରେ ଚଢ଼ାଉ କରିଥିଲେ। ଅନେକ ଗୁରୁତ୍ତ୍ୱପୂର୍ଣ କାଗଜପତ୍ର, ଲାପଟପ୍ ଆଦି ଜବତ କରିଛି ସିବିଆଇ। ଡିଏସପି ବୈଦ୍ୟନାଥ ସାମଲ ଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ ବୁଧବାର ଅପରାହ୍ନରେ ଚଢ଼ାଉ କରିଥିଲେ।