ସୀତାସାଗର ଆଜି ଦୟନୀୟ ଅବସ୍ଥାରେ ପଡିରହିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଗଜପତି ରାଜବଂଶର ରାଜାମାନଙ୍କ ଶାସନ ଅମଳରୁ ଲୋକଙ୍କ ହିତ ପାଇଁ ସବୁକିଛି ଯୋଜନା ହୋଇଆସୁଥିଲା. ଚାଷୀଙ୍କ ହିତ ପାଇଁ ସୀତା ସାଗର ଜଳସେଚନ ପ୍ରକଳ୍ପ ମହାରାଜା ପରିବାରର ଚାଷୀମାନଙ୍କ ପାଇଁ ଗଙ୍ଗା ଭଳି ଆଶୀର୍ବାଦ ରାଜାଙ୍କ ସମୟରେ ସୀତା ସାଗରର ରକ୍ଷାଣବେକ୍ଷଣ ଠିକ ଚାଲିଥିଲା. ହେଲେ ଗତ ବହୁ ବର୍ଷ ହେଲା ଏହି ସୀତା ସାଗର ଜଳ ସେଚନ ପ୍ରକଳ୍ପ ଜରାଜୀର୍ଣ୍ଣ ଓ ଦୟନୀୟ ପଡ଼ିରହିଛି. ଏହାର ରକ୍ଷଣାବେକ୍ଷଣ ଓ ଉନ୍ନତି ପାଇଁ ପ୍ରତେକ ବର୍ଷ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଉଛି. ତଥାପି ଚାଷୀମାନେ ଏହାଦ୍ୱାରା ଧାନ ଜମିକୁ ଟୋପାଏ ବି ପାଣି ପାଇ ପାରୁନାହାନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ତିତ ସୀତାସାଗର କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିନରେ ରହି ଆସିଛି. ଏହାର ରକ୍ଷାଣବେକ୍ଷଣ ଓ ଉନ୍ନୟନ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ କାର୍ଯ୍ୟକ୍ରମରେ ବ୍ୟାପକ ଅର୍ଥ ବ୍ୟୟ କରାଯାଉଛି. ବିଭାଗୀୟ କର୍ମକର୍ତ୍ତାଙ୍କ ଆନ୍ତରିକତାର ଅଭାବ ଓ ଦୁର୍ନୀତି ପୂର୍ଣ ମନଭାବ ଯୋଗୁଁ ଆଜି ପାରଳାଖେମୁଣ୍ଡି ସ୍ୱର୍ଗୀୟ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅମଳର ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଶିଥିଳ ଭାବେ ଜରାଜୀର୍ଣ୍ଣ ଅବସ୍ଥା ଦେଖିବାକୁ ମିଳିଛି । ଏଥିପାଇଁ ଓଡ଼ିଶା ସରକାର ଙ୍କ ଠାରୁ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଟଙ୍କାର ସରକାରୀ ଅନୁଦାନ ବ୍ୟୟ ହେଉଥିବା କେବଳ ଏହା ନାମକୁ ମାତ୍ର ହୋଇଥାଏ ,କାରଣ ଅଞ୍ଚଳରେ ଚାଷ ଜମିରେ ଜଳାଶୟ ନିମନ୍ତେ ଦୂରଦୃଷ୍ଟି କୁ ଆଖି ଆଗରେ ରଖି ପାରଳାଖେମୁଣ୍ଡି ମହାରାଜା ଶ୍ବର୍ଗୀୟ କୃଷ୍ଣଚନ୍ଦ୍ର ଗଜପତି ରାମଶାଗର, ଗଜପତି ଶାଗର,ଶିତା ଶାଗର ଭଳିଆ ଜଳାଶୟ ପ୍ରକଳ୍ପର ସ୍ଥିତି ଆଜି ଜରାଜୀର୍ଣ୍ଣ ଅବସ୍ତା ଦେଖିବାକୁ ମିଳିଛି। ଏହି ଅଞ୍ଚଳ ର ଚାଷୀ ଓ ଚାଷଜମି ବର୍ଷ ତମାମ ଅମଳ ନିମନ୍ତେ ଏହି ପ୍ରକଳ୍ପ ର ଜଳ ସେଚନର ସଠିକ୍ ଯୋଗେଇ ହୋଇପାରୁନାହିଁ। କାରଣ ଏଥିପାଇଁ ଲକ୍ଷାଧିକ ଟଙ୍କାଖର୍ଚ୍ଚ କେବଳ କାଗଜ କଲମରେ ହିଁ ସିମିତ। ଦେଖିବାକୁ ଗଲେ କୌଣସି ଚାଷୀମାନଙ୍କୁ ଏଥିପାଇଁ କୌଣସି ପ୍ରକାର ସୁଫଳ ପାଉନାହାନ୍ତି ଫଳରେ ଏହି ବିଷୟରେ. ଚାଷୀ ଓ କୃଷକ ମାନେ ବିଭାଗୀୟ ଅଧିକାରୀ ଙ୍କ ପାଖରେ ବାରମ୍ବାର ଦାବି କରୁଥିଲେ ସୁଦ୍ଧା ଖୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଚାଷ ଜମିକୁ ଜଳ ଯୋଗାଣ ହୋଇ ପାରୁନାହିଁ। ଯାହା ଫଳରେ ଚାଷୀ ଓ କୃଷକମାନଙ୍କର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି. ପାରଳାଖେମୁଣ୍ଡି ଖୁଦ୍ର ଜଳ ସେଚନ ବିଭାଗର ଗତ ବର୍ଷ ହୋଇଥିବା ସମସ୍ତ ଉନ୍ନୟନମୂଳକ ମରାମତି ଓ ରକ୍ଷାଣାବେକ୍ଷଣ ହୋଇଥିବା ସମସ୍ତ କାର୍ଯ୍ୟ ଅତି ନଗଣ୍ୟ ଓ ନିମ୍ନମାନର, ଏହା ଉପରେ ବିଭାଗୀୟ ଅଧିକାରୀ ଙ୍କ ପାଖରେ ବାରମ୍ବାର ଅଭିଯୋଗ ଆଣିଛନ୍ତି ଅଞ୍ଚଳ ର ଚାଷୀମାନେ। ହେଲେ ବିଭାଗୀୟ ଅଧିକାରୀ ଏଥିପାଇଁ କର୍ଣ୍ଣପାତ କରୁନଥିବା ଦେଖିବାକୁ ମିଳିଥିଲା। ତେଣୁ ଏହି ବିଭାଗ ରେ ଯେଉଁ କାର୍ଯ୍ୟ ଉନ୍ନତି ମୂଳକ ଭାବେ ପମ୍ପାଦନ କରାଯାଇଛି ତାହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଚାଷୀମାନେ ଦାବି ଜଣେଇଛନ୍ତି. ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଶୀତା ଶାଗର,ରାମସାଗର ଖୁଦ୍ର ଜଳ ସେଚନ ପ୍ରକଳ୍ପର ସ୍ୱିଚଗେଟ ସହ କ୍ଷେତକୁ ଜଳ ଯୋଗାଣ ପାଇଁ ରହିଥିବା କେନାଲ ମରାମତି ହେଉନାହିଁ. ଯାହା ଫଳରେ ଚାଷୀ ଜଳ ପାଇବା କଷ୍ଟକର ହୋଇପଡିଛି. ଚଳିତ ବର୍ଷ ବର୍ଷା ଅଭାବ ବେଳେ ଅଞ୍ଚଳରେ ଧାନ ଚାଷୀଙ୍କୁ ଜଳ ଆବଶ୍ୟକତା ରହିଛି। କିନ୍ତୁ ଏଥିପାଇଁ ବିଭାଗୀୟ ଅଧିକାରୀ ଙ୍କ ତତ୍ପରତା ନାହିଁ । ଏହା ଉପରେ ସରକାର କାଗଜପତ୍ର ରେ ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ରମ ହେଉଥିବା ବେଳେ ଅଞ୍ଚଳରେ ଚାଷୀ ମାନଙ୍କ ଚାଷ ଜମି ନିମନ୍ତେ ରହିଥିବା କେନାଲ ଉପରୁ ଆବଶ୍ୟକୀୟ ମରାମତି ଘାସ, ଲଟା ବୁଦା ସଫା କରାଯାଉନାହିଁ କି ସାଧାରଣ ଲାଇନ୍ ବିଭାଗ କାର୍ଯ୍ୟ ଠିକ୍ ନଥିବା ଯୋଗୁଁ ଆଜି ଚାଷୀ ଅସନ୍ତୋଷ ପ୍ରକାଶ ପାଉଛି। ପାଣି ପଞ୍ଚାୟତ ତୃଣମୂଳ ସ୍ତରରେ କାର୍ଯ୍ୟ ହେଉନାହିଁ. କ୍ଷୁଦ୍ର ଜଳ ସେଚନ ବିଭାଗ ସବୁ ଜାଣି ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି. ଯଦ୍ୱାରା ଚାଷୀ କ୍ ଚାଷ ଜମିକୁ ଶୀତା ଶାଗର,ରାମ ସାଗର ଖୁଦ୍ର ଜଳସେଚନ ପ୍ରକଳ୍ପ ଠାରୁ କୌଣସି ଭାବେ ଫସଲ ଅମଳ ପାଇଁ ଜଳ ପାଇ ପାରୁନାହାନ୍ତି. ପ୍ରତେକ ବର୍ଷ ରାମସାଗର ଓ ଶିତାଶାଗର ପ୍ରକଳ୍ପର ରକ୍ଷାଣାବେକ୍ଷଣା ମରାମତିରେ ନାମରେ ବହୁ ସରକାରୀ ଅର୍ଥ ବ୍ୟୟ କରାହେବାର ସୂଚନା ଅଛି। କିନ୍ତୁ ଏହି ଶାଗର ମାନଙ୍କ ରେ ଯେଉଁ ଘଞ୍ଚ ଦଳ ମଧ୍ୟ ସଫାସଫି କରିବା ସମ୍ଭବ ହୋଇ ପାରୁନାହିଁ। ଯାହା ଫଳରେ ମତ୍ସ୍ୟଜୀବୀ ମାନେ ଏହାଦ୍ବାରା ଜୀବନ ଜୀବିକାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଏହି ଶିତାଶାଗର, ରାମଶାଗର ରେ ବହୁ ମତ୍ସ୍ୟଜୀବି ପରିବାର ପୋଷଣ କରୁଥିବା ବେଳେ ବର୍ତମାନ ଶାଗର ରେ ଦଳ ଭର୍ତ୍ତି ହେବା ଯୋଗୁଁ ବଞ୍ଚିବା କଷ୍ଟ ହେଉଥିବା ବେଳେ ସେମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଗଲେ। ଏହି ଶାଗର ରକ୍ଷଣାବେକ୍ଷଣ ନିମନ୍ତେ ଆସୁଥିବା ଅର୍ଥ ସବୁ କାଗଜ କଲମରେ ହିଁ ସୀମିତ ରହିବା ଯୋଗୁଁ କେନାଲ ମରାମତି କିମ୍ବା ରାମ ସାଗରର ରକ୍ଷାଣାବେକ୍ଷଣା ସହ ଚାଷ ଜମିକୁ ଜଳସେଚନ ହୋଇପାରୁନାହିଁ. ଗତ କିଛି ବର୍ଷର ରାମ ସାଗର ନାମରେ ବ୍ୟୟ କରାଯାଇଥିବା ଅର୍ଥର ଅନୁପାତ ସହ ବିଭିନ୍ନ କାର୍ଯ୍ୟକୁ ନେଇ ଅନେକ ଲୋକେ ଏହାର ଖର୍ଚ୍ଚ ଉପରେ ସୂଚନା ଆଇନ୍ ବଳରେ ଆବେଦନର କରିବା ବେଳେ ତାଙ୍କୁ ସଠିକ ତଥ୍ୟ ବିଭାଗୀୟ ଅଧିକାରୀ ମାନେ ସଠିକ୍ ତଥ୍ୟ ଦେବା କଷ୍ଟ ହେଉଛି। ତେଣୁ ଏହି ଅବସରରେ ବିଭାଗର କାର୍ଯ୍ୟକ୍ରମ କୁ ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଅଞ୍ଚଳର ଚାଷୀମାନେ ମତପ୍ରକାଶ କରିଛନ୍ତି । ଏଥିପାଇଁ ଦରକାର ପଡିଲେ କୃଷକ ସଂଗଠନ ପକ୍ଷରୁ ରାଜରାସ୍ତାକୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ