ସୀମାନ୍ତରେ ଆଇଇଡି ବିସ୍ଫୋରଣରେ ୨ ଯବାନ ଆହତ

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲାର କୋହକାମେର ଥାନା ଅଞ୍ଚଳରେ ମାଓବାଦୀଙ୍କ ଦ୍ବାରା ଖଞ୍ଜାଯାଇଥିବା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ଗୁରୁତ୍ତର ଆହତ ହୋଇଛନ୍ତି। କୋହକାମେର ଥାନା ଅନ୍ତର୍ଗତ କାଚପାଲ ଗ୍ରାମ ନିକଟଳେ ଡିଆର୍‌ଜି ଏବଂ ବିଏସ୍ଏଫ୍ ଯବାନ ମାନେ ମାଓବାଦୀ ଦମନ ନିମନ୍ତେ ତଲାସି ଅଭିଯାନ କରୁଥିଲେ। ଏହି ସମୟଳେ ମାଓବାଦୀ ମାନେ ଖଞ୍ଜିଥିବା ଏକ ଆଇଇଡି ବୋମା ବିସ୍ଫୋରଣ ଘଟିବାରୁ ଡିଆର୍‌ଜିର ଜଣେ ଯବାନ ଏବଂ ବିଏସ୍ଏଫ୍‌ର ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନ ହେଲେ ଜନ ପଟେଲ ଏବଂ ଘସିରାମ ମଞ୍ଜୀ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ ଯବାନ ଙ୍କୁ ନାରାୟଣପୁ ଜିଲା ଡାକ୍ତରଖାନାକୁ ନିଆଯାଇ ସେଠାରେ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ଅବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ଅପରପକ୍ଷରେ ଘଟଣାସ୍ଥଳରେ ଯବାନଙ୍କ ଦ୍ବାରା ତଲାସି ଅଭିଯାନକୁ ବଢ଼ାଇ ଦିଆଯାଇଥିବା ଜଣା ପଡ଼ିଛି। ବର୍ତ୍ତମାନ ଖବର ଅନୁସାରେ ଆହତ ଜବାନ ମାନଙ୍କ ଚିକିତ୍ସା ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ