ସୀମାନ୍ତରେ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓ ଦମ୍ପତିଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ। ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ରହି କାର୍ଯ୍ୟ କରୁଥିବା ଏହି ମାଓ ଦମ୍ପତି କୋଣ୍ଡାଗାଁଓ ପୁଲିସ କାର୍ଯ୍ୟଳୟରେ ଏସପି ଓ୍ୱାଇ ଅକ୍ଷୟ କୁମାରଙ୍କ ସମ୍ମୁଖରେ ଆତ୍ମ ସମର୍ପଣ କରିଥିବା ବେଳେ ସେମାନେ ହେଲେ ରୈସିଂଗ କୁ ମେଟି ଏବଂ ମହିଳା ମାଓବାଦୀ ପୁନାୟ ଆଚଲା। ଏମାନେ ଅନେକ ମାଓ ହିଂସାକାଣ୍ଡରେ ଜଡିତ ରହିଥିବା ବେଳେ ବର୍ତ୍ତମାନ ମାଓ ସଂଗଠନ ଦୁର୍ବଳ ହେବା ସହିତ ନିଜର ନୀତି ଆଦର୍ଶରୁ ଓହରି ଯାଇଥିବାରୁ ସେମାନେ ସାଧାରଣ ଜୀବନ ଯାପନ ପାଇଁ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ଆତ୍ମସମର୍ପଣ ନୀତି ଅନୁଯାଇ ଉଭୟଙ୍କୁ ୫୦ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ବେଳେ ଆଗାମମୀ ଦିନରେ ଅନ୍ୟ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।