ସୀମାନ୍ତ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସେବା ଓ ଫଳ ବଣ୍ଟନ
ସାରସକଣା,(ଭଗୀରଥ ମହାନ୍ତ):ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଧିନସ୍ଥ ସାରସକଣା ବ୍ଲକରେ ଗଠନ ହୋଇଥିବା ଝାରପୋଖରୀଆ ବମ୍ୱେଛକର ସୀମାନ୍ତ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଶୀର୍ଷାସ୍ଥିତ ସରକାରୀ ଡାକ୍ତରଖାନାରେ ଥିବା ତିରିଶ ଜଣ ରୋଗୀ ସମସ୍ତ ରୋଗୀମାନଙ୍କୁ ଫଳ, ଖାଦ୍ୟ ଏବଂ କ୍ଷୀର ବଣ୍ଟନ କରାଯାଇଥିଲା। ଏହି ପରିପେକ୍ଷୀରେ ଶୀର୍ଷା ଡାକ୍ତରଖାନାରେ ଥିବା ପ୍ରତୀକ୍ଷା କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଥିଲା। ଏଥିରେ ମଣିଷ ଜୀବନର ପରିଣତି ବୟସରେ ବିଭିନ୍ନ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଉପୁଜୁଥିବା ସମସ୍ୟା ଭିତ୍ତିକ ଉପରେ ଆଲୋଚନା କରାଯାଇଥିଲା। ଯେମିତିକି ବାତ, ରକ୍ତଚାପ, ମଧୁମେୟ ଏବଂ ଆଣ୍ଠୁଗଣ୍ଠିବ୍ୟଥା ଏହିପରି ଅନେକ ରୋଗ ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ ରୋଗର ସମସ୍ୟା ପାଇଁ କେଉଁ ଭଳିଆ ଯତ୍ନ ନେବେ କେଉଁ ପ୍ରକାରର ସୁଷମ ଖାଦ୍ୟ ଖାଇବେ କେଉଁ ପ୍ରକାରର ଯୋଗ କରିବେ କେଉଁ ପ୍ରକାରର ଔଷଧ ଖାଇବେ ଇତ୍ୟାଦି ଏହି ଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବରେ ଶୀର୍ଷା ଡାକ୍ତରଖାନାର ମେଡ଼ିକାଲ ଅଫିସର ଡାକ୍ତର ବିଜୟ କୃଷ୍ଣ ଦାସଙ୍କ ସହିତ ମୁଖ୍ୟବକ୍ତା ଭାବେ ଡାକ୍ତର ବିପ୍ଳବ ଟଉଡ଼ିଆ ଯୋଗ ଦେଇଥିଲେ ଏବଂ ଝାରପୋଖରୀଆ ବମ୍ୱେଛକ ଠାରେ ଗଠନ ହୋଇଥିବା ସୀମାନ୍ତ ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୁନୀଲ ମହାପାତ୍ରଙ୍କ ସଭାପତିତ୍ୱରେ ସମ୍ପାଦକ ଘାସିରାମ ମହାନ୍ତ ସଭା ପରିଚାଳନା କରିଥିଲେ । ସୀମାନ୍ତ ବରିଷ୍ଠ ନାଗରିକ ଜୟହରି ଘୋଷ , ଶିକ୍ଷାବିତ୍ ଭରତ ଚନ୍ଦ୍ର ମହାନ୍ତ, ଅଞ୍ଜନ ପାତ୍ର, ଯୋଗଗୁରୁ ଅମୀୟ କୁମାର ଦ୍ଵାରୀ , ସୀମାନ୍ତ ବରିଷ୍ଠ ନାଗରିକ ମଞ୍ଚର ପ୍ରତିଷ୍ଠାତା କୈଳାଶ ଚନ୍ଦ୍ର ବଶା ପ୍ରମୁଖ ସଭାରେ ସହଯୋଗ କରିଥିଲେ ।