ସୀମାନ୍ତ ମହାବିଦ୍ୟାଳୟରେ ଆନ୍ତ ମହାବିଦ୍ୟାଳୟ ସୀମାନ୍ତ ଜୋନ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ବାରିପଦା,(ମୁରାରୀ ମୋହନ ମହାପାତ୍ର):ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ ଆନ୍ତମହାବିଦ୍ୟାଳୟ ସ୍ତରୀୟ ସୀମାନ୍ତ ଜୋନ ଫୁଟବଲ ପ୍ରତିଯୋଗିତାରେ ସୀମାନ୍ତ ମହାବିଦ୍ୟାଳୟ ଚମ୍ପିୟାନ ହୋଇଛି। ଆନ୍ତ ମହାବିଦ୍ୟାଳୟ ସ୍ତରୀୟ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ମୋଟ ୫ଗୋଟି ଦଳ ଭାଗନେଇଥିଲେ। ଗତ ୧ ତାରିଖରୁ ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଆୟୋଜକ ସୀମାନ୍ତ ମହାବିଦ୍ୟାଳୟ ସହ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ,ବି ବି କଲେଜ ବାଇଗଣ ବାଡ଼ିଆ, ଜାମଦା, ବହଳଦା ମହାବିଦ୍ୟାଳୟ ଭାଗନେଇଥିଲେ।ଫାଇନାଲରେ ବାଇଗଣ ବାଡିଆ କୁ ହରାଇ ସୀମାନ୍ତ କଲେଜ ଓ ଵହଳଦା କୁ ହରାଇ ଜାମଦା ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚ୍ ଖୁବ୍ ପ୍ରତିଦ୍ବନ୍ଦିତା ପୂର୍ଣ୍ଣ ଥିଲା।ଉଭୟ ଦଳର ଖେଳାଳି ପରସ୍ପର ଗୋଲ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ ଶେଷରେ ଜାମଦା କୁ ଗୋଟିଏ ଗୋଲ ବ୍ୟବଧାନରେ ପରାସ୍ତ କରି ସୀମାନ୍ତ ମହାବିଦ୍ୟାଳୟ ଚମ୍ପିୟାନ ହେବା ସହ ଜାମଦା ରନର୍ସଅପ୍ ହୋଇଥିଲା।ଏହି ଖେଳକୁ ରାଜ୍ୟସ୍ତରୀୟ ରେଫେରୀ ପଦ୍ମଲୋଚନ ମହାନ୍ତ, ସାଲଖୁ ସୋରେନ ରାଜେନ୍ଦ୍ର ସିଂ ପରିଚାଳନା କରିଥିଲେ। ସୀମାନ୍ତ ମହାବିଦ୍ୟାଳୟର ଆଥେଲେଟିକ କ୍ଲବ୍ ଉପସଭାପତି ଶ୍ରୀଯୁକ୍ତ ଥୋମାସ ମାରାଣ୍ଡି,କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ସାହୁ, ଲେପ୍ଟନାଣ୍ଟ ନିହାର ରଞ୍ଜନ ମହାନ୍ତଙ୍କ ତତ୍ତ୍ଵାବଧାନରେ ସମାପିତ ଏହି ପ୍ରତିଯୋଗିତାରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଶିଶିର କୁମାର କୁମାର ପଟ୍ଟନାୟକ,ଜଗନ୍ନାଥ ମଝି,ସମାଜସେବୀ ମଳୟ କୁମାର ନାୟକ,ବାସୁଦେବ ସାହୁ,ଅବିନାଶ ପ୍ରହରାଜ , ବରିଷ୍ଠ କିରାଣୀ ସତ୍ୟନାଥ ସାହୁ,କନିଷ୍ଠ କିରାଣୀ ନିରଜ ରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରକାଶ ଥାଉକି କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ସାହୁଙ୍କ ତତ୍ୱାବଧାନରେ ଚଳିତ ବର୍ଷ ସୀମାନ୍ତ ମହାବିଦ୍ୟାଳୟ ବାଳିକା ଦଳ ଭଲିବଲ୍ ପ୍ରତିଯୋଗିତାରେ ଚମ୍ପିୟାନ ହେବା ସହ ପୁରୁଷ ଦଳ ଉଭୟ ତୀରନ୍ଦାଜ ଓ ଭଲିବଲ୍ ପ୍ରତିଯୋଗିତାରେ ରନର୍ସଅପ୍ ହୋଇପାରିଛି । ଏତତ୍ ବ୍ୟତୀତ କ୍ରୀଡ଼ା ଶିକ୍ଷକ ଶ୍ରଦ୍ଧାନନ୍ଦ ସାହୁ କିସ୍ ବିଶ୍ଵବିଦ୍ୟାଳୟ ଭୁବନେଶ୍ୱରରେ ଅନୁଷ୍ଠିତ ଓ ଗ୍ରିନିଜ ବୁକ୍ ଅଫ୍ ବିଶ୍ଵ ରେକର୍ଡ ଲାଭ କରିଥିବା ଆନ୍ତର୍ଜାତୀୟ ଭଲିବଲ୍ ମହାକୁଂଭକୁ ରେଫେରି ଭାବେ ମନୋନୀତହୋଇ ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ଉଭୟ କ୍ରୀଡା ଶିକ୍ଷକ ,ବିଜୟୀ ଦଳ ଓ ଆୟୋଜନରେ ଅଂଶଗ୍ରହଣ କରିଥିବା ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ