ସୀମାନ୍ତ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗର ବାର୍ଷିକ ପାଠଚକ୍ର ଅନୁଷ୍ଠିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ):ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ବାର୍ଷିକ ପାଠଚକ୍ର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବିଶ୍ଵଜ୍ୟୋତି ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାର ସମ୍ମାନିତ ଅତିଥି ,ଡଃ ନରେନ୍ଦ୍ର ମୋହନ ପଣ୍ଡା ପୂର୍ବତନ ଅଧ୍ୟକ୍ଷ ବିଭାଗୀୟ ମୁଖ୍ୟ ବାଣିଜ୍ୟ ବିଭାଗ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ମହାରାଜା ଶ୍ରୀରାମ ଚଦ୍ର ଭଞ୍ଜଦେଓ ବିଶ୍ଵ ବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ସୀତାରାମ ଦାସ ଯୋଗଦେଇ “ନୂତନ ଶିକ୍ଷାନୀତି ୨୦ ୨୦ ଶିକ୍ଷା ବିଭାଗ ପାଇଁ ଏକ ଆହ୍ବାନ ହୋଇଥିଲେ ବି ଏହା ବାଣିଜ୍ୟ ଛାତ୍ର ଛାତ୍ରୀଙ୍କ ପାଇଁଏକ ସୁଯୋଗ” ଶୀର୍ଷକ ଉପରେ ବ୍ୟକ୍ତବ୍ୟ ରଖିଥିଲେ।
ସୀମାନ୍ତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟା ଡଃ ନରେନ୍ଦ୍ର ମୋହନ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ବହୁ ମୂଲ୍ୟବାନ ମତ ରଖିଥିଲ ।ଅନ୍ୟମନଙ୍କ ମଧ୍ୟରେ ଅଧ୍ୟାପକ ଜଗନ୍ନାଥ ମାଝୀ,ଅଧ୍ୟାପକ ପ୍ରିତମ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ପାଠଚକ୍ର ଟିକୁ ଶୃଙ୍ଖଳିତ ପରିଚାଳନା କରିବାରେ ସମସ୍ତ ସେମିଷ୍ଟର ର ଛାତ୍ର ଛାତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।ଛାତ୍ରୀ ପଦ୍ମା ମାହାଲି ଅତିଥିମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବା ବେଳେ ଅଧ୍ୟାପକ ପ୍ରିତମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।