ସୀମାନ୍ତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର
ବାରିପଦା,(ମୁରାରୀ ମୋହନ ମହାପାତ୍ର): ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବାର୍ଷିକ ପାଠଚକ୍ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ ଅଶୋକ କୁମାର ଶର୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ପାଠଚକ୍ରରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର୍ ଡଃ ବିଶ୍ୱଜିତ୍ ରଥ ବିଶାରଦ ଭାବେ ଯୋଗ ଦେଇ ଜୈବ ପ୍ରଯୁକ୍ତି ବିଦ୍ୟାର ଉପଯୋଗିତା ଉପରେ ବିସ୍ତୃତ ଭାବରେ ବୁଝାଇବା ସହ କରୋନା ଚିକିତ୍ସା,କର୍କଟ ରୋଗ ଚିକିତ୍ସା ତଥା ବିଭିନ୍ନ ଟିଶୁ କଲଚର୍ ଇତ୍ୟାଦି ରେ ଏହି ବିଦ୍ୟାର ସଫଳ ରୂପାୟନ ଉପରେ ଅନେକ ରୋଚକ ତଥ୍ୟ ପ୍ରଦାନ କରିଥିଲେ।ଉକ୍ତ ପାଠଚକ୍ରରେ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର,ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଅନିଲ କୁମାର ଝା,ଅଧ୍ୟାପକ ସଦାଶିବ ଗୋଚ୍ଛାୟତ,ପ୍ରାଣୀବିଜ୍ଞାନ ବିଭାଗୀୟ ମୁଖ୍ୟ ଆକାଂକ୍ଷା ଅପରୂପା ଦାସ ପ୍ରମୁଖ ମଞ୍ଚାସିନ ଥିଲେ।ଷଷ୍ଠ ସେମିଷ୍ଟର ଛାତ୍ରୀ ବିଷ୍ଣୁପ୍ରିୟା ବେହେରା ଅତିଥି ମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବା ବେଳେ ଡଃ ଶର୍ମା ଅତିଥିପରିଚୟ ପ୍ରଦାନ ଓ ଅଧ୍ୟାପକ ସଦାଶିବ ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପକ ନିହାର ରଞ୍ଜନ ମହାନ୍ତ ,ଅଧ୍ୟାପକ ସଞ୍ଜୟ ମାଝୀ,ଅଧ୍ୟାପିକା ସୁପର୍ଣା ଦାସ,ଦୁର୍ଗା ଚରଣ ସାହୁ,ବିଶ୍ଵଜିତ୍ ମହାନ୍ତି ଓ ଗୌତମ ମହାନ୍ତ ଓ ସମସ୍ତ ସେମିଷ୍ଟର ର ଛାତ୍ର ଛାତ୍ରୀ କାର୍ଯ୍ୟ କ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।