ସୀମାନ୍ତ ଯୁବ ସମିତିର ଅଷ୍ଟମବାର୍ଷିକ ତ୍ରିଦିବସିୟ ମହୋତ୍ସବ ଉଦଯାପିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଅଞ୍ଚଳ ବମ୍ବେଛକ ଠାରେ, ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ପଡିଆରେ ଆନୁଷ୍ଠାନିକ ଭାବେ ଅଷ୍ଟମ ବାର୍ଷିକ ସୀମାନ୍ତ ଯୁବ ମହୋତ୍ସବ 2025 ଅନୁଷ୍ଠିତ ହୋଇଯାଇଛି । ସୀମାନ୍ତ ଯୁବ ସମିତି ଓ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟ ଆନୁକୂଲ୍ୟରେ ଆୟୋଜିତ ଯୁବ ମହୋତ୍ସବ ତିନିଦିନ ଧରି ସଫଳତାର ସହିତ ସମାପନ ହୋଇଥିବା ବେଳେ, ଅନ୍ତିମ ଦିନର କାର୍ଯ୍ୟକ୍ରମରେ ମଧ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେଇଥିବା ଜଣାଯାଇଛି। ମହୋତ୍ସବର ଆରମ୍ଭରେ ପ୍ରଥମ ଦିନରେ ବମ୍ବେଛକ ସ୍ଥିତ ଲୋକନାଥ ଶିବ ମନ୍ଦିର ଠାରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମଶାଲ ସହିତ ବାହାରି ଶତାଧିକ ଛାତ୍ରଛାତ୍ରୀ, ଯୁବକ ଯୁବତୀ ମାନଙ୍କ ସହିତ ବଜାର ପରୀକ୍ରମା କରି ମହୋତ୍ସବ ପଡିଆରେ ପହଞ୍ଚିଥିଲା। ସାରସକଣା ବ୍ଲକ ଅଧ୍ୟକ୍ଷା ତୁଳସୀ ସିଂ ଏଥିରେ ମୁଖ୍ୟ ଅତିଥି ଏବଂ ସୀମାନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ପାଲ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ତତସହିତ ମହୋତ୍ସବ ପରିସରରେ କମିଟିର ସଦସ୍ୟ ଅଧ୍ୟାପକ ନିହାର ରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ଖେଳ ଶିକ୍ଷକ ଶ୍ରଦ୍ଧାନନ୍ଦ ସାହୁଙ୍କ ପରିଚାଳନାରେ ଏକ ଭୋଲିବଲ ଟୁର୍ନାମେଣ୍ଟ କରାଯାଇଥିଲା। ସେହିପରି ସାଂସ୍କୃତିକ ସଂନ୍ଧ୍ୟା ଅବସରରେ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ପୃଷ୍ଟି ଓ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟର ସଭାପତି କୁଞ୍ଜ ବିହାରୀ ସେଠୀଙ୍କ ନିର୍ଦ୍ଧେଶ ମୁତାବକ ବରିଷ୍ଠ ସ୍ବେଛାସେବୀ ଦେବାଶିଷ ଖାଟୁଆଙ୍କ ନେତୃତ୍ୱରେ ସର୍ବଧର୍ମ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟଜିତ ହୋଇଥିଲା। ସାଂସ୍କୃତିକ ସଂନ୍ଧ୍ୟାର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଏଡିଏମଓ ଡ଼ ବିଜୟ କୁମାର ଦାସ, ସମ୍ମାନୀୟ ଅତିଥି ଭାବେ ତହସିଲଦାର ମନୋଜ କୁମାର କାର୍ଜି ଓ ପୂର୍ବତନ ଥାନାଧିକାରୀ ମୃତ୍ୟଞ୍ଜୟ ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଯୁବକ ଯୁବତୀଙ୍କ ସହିତ ସ୍ଥାନୀୟ ବିଭିନ୍ନ ସଂଗଠନ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପାତିଶେଷରେ ଉପଦେଷ୍ଟା ଶିଶିର କୁମାର ପଟ୍ଟନାୟକ ସଭିଙ୍କୁ ଧନ୍ୟବାଦ ଅର୍ପଣ କରି ମହୋତ୍ସବର ପ୍ରଥମ ଦିନକୁ ସମାପନ କରିଥିଲେ। ଦ୍ଵିତୀୟ ଦିନରେ ମଧ୍ୟାହ୍ନରେ ପରିତୋଷ ସାହୁ, ଚିନ୍ମୟ ସାହୁ, ମାନସ କୁମାର ପୃଷ୍ଟି ଓ ଦିବ୍ୟରଞ୍ଜନ ମହାନ୍ତଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କ୍ରାଫ୍ଟ ମେକିଙ୍ଗ, ଫେନ୍ସି ଡ୍ରେସ, ବକ୍ତୃତା ପ୍ରମୁଖ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ସଂନ୍ଧ୍ୟାରେ କାର୍ଯ୍ୟକାରୀ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତ ଓ କାର୍ଯ୍ୟକାରୀ ସଭାପତି ତଥା ଜାତୀୟ ଯୁବ ପ୍ରକଳ୍ପର ଜିଲ୍ଲା ସଂଯୋଜକ ମଳୟ କୁମାର ନାୟକଙ୍କ ତତ୍ୱାବଧାନରେ ସୀମାନ୍ତ ଅଞ୍ଚଳର ବରିଷ୍ଠ ନାଗରିକ ଗୁରୁଜନ ଦମ୍ପତି ମାନଙ୍କ ପାଇଁ “ସ୍ମୃତିର ଆଇନାରେ ଆମ ଏ ସଂନ୍ଧ୍ୟା” ସଙ୍ଗୀତ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର ସ୍ଥିତ ବବି ରାଜ, ଡୋଲୀ ରାଜ, ଗୋପାଲ କୁମାର ଙ୍କ କଣ୍ଠରେ ଝୁମିଥିଲେ ଅଞ୍ଚଳବାସି, ଯାହାକୁ ପରିଚାଳନା କରିଥିଲେ ମିନାକ୍ଷୀ ମହାନ୍ତ, ଦୀପା ନାଏକ, କାଞ୍ଚନମାଲା ସାହୁ, ସବିତା ନାଏକ, ସୀମା ସାହୁ, ମାନସୀ ବସା ଓ ନମିତା ପାତ୍ର। ସେହିପରି ଦ୍ଵିତୀୟ ସଂନ୍ଧ୍ୟାରେ ସ୍ୱତନ୍ତ୍ର ଅତିଥି ଭାବେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଯୋଗଦେଇଥିବା ବେଳେ, ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା ଏବଂ ପୂର୍ବରୁ ସମ୍ମାନୀୟ ଅତିଥି ଭାବେ ଯୁବ ଆଇକନ ଯୁବନେତା ଜିତେନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସିନ ହୋଇଥିଲେ। ସଭାପତି ଅଶୋକ ପୃଷ୍ଟି ସ୍ୱାଗତ ସମ୍ଭାଷଣ ଦେବାପରେ ମଳୟ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଦ୍ଵିତୀୟ ଦିବସ ଅନ୍ତିମ କାର୍ଯ୍ୟକ୍ରମ ପରେ ଏନୱାଇପି ସଭାପତି କୁଞ୍ଜ ବିହାରୀ ସେଠି ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପନ କରିଥିଲେ। ଅନୁରୂପ ଭାବେ ମହୋତ୍ସବ ତୃତୀୟ ଦିବସରେ ସକାଳ ନଅଟା ସମୟରେ ପ୍ରଫେସର ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଜାତୀୟ ସ୍ତରୀୟ ସାହିତ୍ୟ ଓ ଭାଷା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଡ଼ ବୁଢାନ ମୁର୍ମୁ ଯୋଗଦେଇଥିଲେ। ଏହି ସାହିତ୍ୟ ଆଲୋଚନା ଚକ୍ରରେ ପୋଡ଼ସୀ ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଓଡିଶାରୁ ବିଶିଷ୍ଟ ସାହିତ୍ୟ ପ୍ରେମୀ ଓ ଭାଷା ପ୍ରେମୀ, ଗବେଷକ, ଓଡ଼ିଆ ବିଭାଗ ଛାତ୍ରଛାତ୍ରୀ ଯୋଗଦେଇ ନିଜର ଲେଖା ଉପସ୍ଥାପନା କରିଥିଲେ। ସମ୍ବାଦ ଖବରକାଗଜର ସବଏଡିଟର ରୁଦ୍ର ରଞ୍ଜନ ଶେଜପଡା, ଶିବଲାଲ ମହାନ୍ତଙ୍କ ପରି ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ଏହି ଅବସରରେ ସମ୍ବୋର୍ଦ୍ଧିତ କରାଯାଇଥିଲା। ଅପରାହ୍ନରେ ମହିଳା ଓ ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ହୋଇଥିଲା ଯାହାକୁ ପ୍ରିତମ ପଣ୍ଡା, ସ୍ୱାଧୀନ ପରିଡା, ହିତେଶ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଯୁବ ମହୋତ୍ସବର ଅନ୍ତିମ ସାଂସ୍କୃତିକ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ନବଚରଣ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ମହୋତ୍ସବର ମୁଖ୍ୟ ସ୍ରଷ୍ଟା ବିଧାୟକ ଭାଦବ ହାଁସଦା ଯୋଗଦେଇଥିଲେ। ସେହିପରି ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲାର ଯୁବ ବିଧାୟିକା ସଞ୍ଜଲି ମୁର୍ମୁ, ରାଜ୍ୟ କମିଟି ସଦସ୍ୟ ସୁଗୁଦା ମୁର୍ମୁ ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ମାଟିର ଝିଅ ରାଜ୍ୟସଭା ସାଂସଦ ମମତା ମହାନ୍ତ ଉପସ୍ଥିତ ହୋଇ ଅଂଚଳବାସୀଙ୍କୁ ସମ୍ବୋଧନ କରିଥିଲେ। ଦୀର୍ଘବର୍ଷ ଧରି ମହୋତ୍ସବ କମିଟି ଓ ଜାତୀୟ ଯୁବ ପ୍ରକଳ୍ପ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିଲେ ସୁଦ୍ଧା ବହୁ ବାର ଦାବୀ କରିବା ପରେ ମଧ୍ୟ କାର୍ଯ୍ୟାଳୟ ଗୋଟିଏ ହୋଇପାରି ନାହିଁ। ଯାହାକୁ ନେଇ କମିଟି ତରଫରୁ ନିର୍ବାଚିତ ଲୋକପ୍ରତିନିଧି ମାନଙ୍କୁ ସୂଚିତ କରିବା ପରେ ବିଧାୟିକା ସଞ୍ଜଲି ମୁର୍ମୁ, ବିଧାୟକ ଭାଦବ ହାଁସଦା, ଏବଂ ସାଂସଦ ନବଚରଣ ମାଝୀ ଏନେଇ ସହଯୋଗ କରିବେ ବୋଲି ମଞ୍ଚରେ ପ୍ରତିଶୃତି ଦେଇଥିଲେ। ସେହିପରି କମିଟିର ସୁବିଧା ଅସୁବିଧାରେ ସବୁବେଳେ ସାଂସଦ ମମତା ମହାନ୍ତ ରହିଛନ୍ତି ବୋଲି କହିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯିବା ସାହିତ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ ଙ୍କୁ ତାଙ୍କ ନିସ୍ଵାର୍ଥପର ସମାଜସେବା ପାଇଁ ସମ୍ବୋର୍ଦ୍ଧିତ କରାଯାଇଥିଲା। ସମାଜସେବୀ କନିକା ବୋଷ, ପତଞ୍ଜଳି ନନ୍ଦ, ଦୀପକ କୁମାର ସେଠି ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।ଆକର୍ଷଣୀୟ ରାମ୍ପ ସୋ ଓ ନୃତ୍ୟ ଦର୍ଶକଙ୍କୁ ରାତି 11.30ମି ପର୍ଯ୍ୟନ୍ତ ବାନ୍ଧି ରଖିବାରେ ସଫଳ ହୋଇଥିଲା। ଶ୍ରେଷ୍ଠ ସ୍ବେଛାସେବୀ ଭାବେ ସୀମାନ୍ତ ମହାବିଦ୍ୟାଳୟ ଓ ସରତପାଳ କଲେଜରେ ସ୍ବେଛାସେବୀଙ୍କୁ ପ୍ରମାଣପତ୍ର ସହ ଉପହାର ପ୍ରଦାନ କରିଥିଲେ ମହୋତ୍ସବ କମିଟି। ମହୋତ୍ସବକୁ ସଫଳ କରିବା ପାଇଁ ସୁମନ କୁମାର ସାହୁ, ଲମ୍ବୋଦର ନାଏକ, ଶିବନାରାୟଣ ପରିଡା, ଦୁର୍ଗାପ୍ରସାଦ ମହାନ୍ତ, ରାଜେଶ କୁମାର ଭୂୟାଁ ପ୍ରମୁଖ ସମ୍ପୂର୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ଅଷ୍ଟମ ବାର୍ଷିକ ଏହି ମହୋତ୍ସବ ସବୁ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରି ବେଶ ଲୋକପ୍ରିୟ ହୋଇପାରିଥିବା ନେଇ ଲୋକେ ମତ ବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବ୍ରିଗେଡ ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଲିଟିଲ ଷ୍ଟାର ପ୍ଲେ ସ୍କୁଲ, ସୀମାନ୍ତ ମହାବିଦ୍ୟାଳୟ, ଝାରପୋଖରୀଆ ସରକାରୀ ଉଚ୍ଚ ବିଦ୍ୟାଳୟ,ଜାଭିଅର ସ୍କୁଲ, ମାଉଣ୍ଟ ଭେଲି ପ୍ରମୁଖ ଶିକ୍ଷାନୁଷ୍ଠାନ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।