ସୀମା ପାର ହୋଇ ଚାଉଳ, ବହି ନେବାକୁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ଫେରାଇଲା ପୋଲିସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ଲକ୍‌ଡାଉନ ପରେ କନ୍ଧମାଳ ଜିଲାର ସବୁ ସୀମାକୁ ସିଲ୍‌ କରାଯାଇଛି। କନ୍ଧମାଳ-ଗଜପତି ଜିଲାର ସୀମା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରିଗୁଡାଠାରେ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି । ଗଜପତି ଜିଲା ଦମଦୁଆ ପଞ୍ଚାୟତ ଘାସପଦା ଗ୍ରାମର ୮ଜଣ ଛାତ୍ରୀଛାତ୍ର  ଗୋଟିଏ ଅଟୋରେ ବ୍ରାହ୍ମଣୀଗାଁ   ଅଭିମୁଖେ ଆସୁଥିଲେ। ସୁରକ୍ଷାବାହିନୀ ଅଟକାଇ ବୁଝିବା ପରେ ସେମାନେ  ଗଦାପୁର ହାଇସ୍କୁଲକୁ ମଧ୍ୟାହ୍ନ ଭୋଜନ ଚାଉଳ ଏବଂ ପାଠ୍ୟପୁସ୍ତକ ପାଇଁ ଯାଉଥିବା ଏବଂ ପ୍ରଧାନ ଶିକ୍ଷକ ପ୍ରଭାକର ବେହେରା ଡକାଇଥିବା କହିଥିଲେ। ମାତ୍ର ସୁରକ୍ଷା ବାହିନୀ ସେଠାରୁ ତାଙ୍କୁ ଫେରାଇ ଦେଇଥିଲେ। ଏନେଇ ପ୍ରଧାନ ଶିକ୍ଷକ ବେହେରାଙ୍କୁ ପଚାରିବାରୁ କୌଣସି ପିଲାଙ୍କୁ ପାଠ୍ୟପୁସ୍ତକ ପାଇଁ ଡକାଇନାହିଁ, ଚାଉଳ ପାଇଁ ଟୋକନ ଦିଆଯାଉଛି ସେ ନେବାକୁ ଆସିଥାଇପାରନ୍ତି ବୋଲି କହିଥିଲେ। ଜିଲା ବାହାରୁ କାହାକୁ ଡକାଇନଥିବା ସେ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ