ସୀମା ସୁରକ୍ଷା ବିଷୟକୁ ନେଇ ସମନ୍ୱୟ ବୈଠକରେ ହେବ ଚିନ୍ତନ ମନନ

ପୁଷ୍କର: ଦେଶର ସୀମାନ୍ତ ବିଷୟ ପ୍ରତି ଶତତ ଜାଗ୍ରତ ରହିବାକୁ ହେବ । ଯେ କୌଣସି ରାଷ୍ଟ୍ରର ସୁରକ୍ଷା ଦେଶର ସୀମା ଉପରେ ନିର୍ଭର କରେ । ସୀମା ସୁରକ୍ଷିତ ରହିଲେ ରାଷ୍ଟ୍ର ସୁରକ୍ଷିତ ରହିବ । ସୀମାନ୍ତରେ ରହୁଥିବା ସମାଜ ଜାଗ୍ରତ, ସଂସ୍କାରିତ ଏବଂ ତାଙ୍କର ଆବଶ୍ୟକତାକୁ ପୂର୍ଣ୍ଣ କରିବା ସହିତ ସମସ୍ୟା ସମାଧାନ ହେବା ଉଚିତ । ତେଣୁ ସେମାନଙ୍କ ପାଇଁ ବିଭିନ୍ନ ସଂଗଠନ କଣ କଣ କରିପାରିବେ ସେହି ବିଷୟ ଉପରେ ଅଖିଳ ଭାରତୀୟ ସମନ୍ୱୟ ବୈଠକରେ ବିଶେଷ ରୂପରେ ଚର୍ଚ୍ଚା ହେବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାର ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରିଛନ୍ତି । \n ପୁଷ୍କର ଠାରେ ସେପ୍ଟେମ୍ବର ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ତ୍ରୀଦିବସୀୟ ଅଖିଳ ଭାରତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହିତ ଶ୍ରୀ ଅରୁଣ କୁମାର କହିଲେ ଯେ, ମହିଳା ସମାଜ ଓ ମହିଳା ଶସକ୍ତି କରଣ ବିଷୟ ଉପରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା ହେବ । ଜନଜାତୀୟ, ଅନୁସୁଚୀତ ଜାତି ଛାତ୍ରାବାସରେ ରହୁଥିବା ଯୁବତୀ, ଘରୋଇ ମହିଳା, ମହିଳା କୃଷକ ଆଦି ବିଷୟ ଉପରେ ଦୁଇ ବର୍ଷ ହେବ ବ୍ୟାପକ ଅଧ୍ୟୟନ ହୋଇଛି । ଅଧ୍ୟୟନ ଯୋଜକ ନାମରେ ଏହି କାର୍ଯ୍ୟକ୍ରମରେ ବିବିଧ ସଂଗଠନରେ କାର୍ଯ୍ୟରତ ହଜାର ହଜାର ମହିଳା ମଧ୍ୟ ସହଯୋଗ କରିଥିଲେ । ଏହି ଅଧ୍ୟୟନ ସମ୍ବୋଦ୍ଧିତ ତଥ୍ୟକୁ ମଧ୍ୟ ସମସ୍ତଙ୍କ ସମ୍ମୁଖରେ ରଖାଯିବ । ଏହି ଆଧାରରେ ମହିଳାଙ୍କ ସ୍ୱାସ୍ଥ୍ୟ, ସଶକ୍ତିକରଣ, ସୁରକ୍ଷା, ସମ୍ମାନ ଆଦି ବିଷୟ ଉପରେ ସଂଗଠନ କଣ କରି ପାରିବେ ଏହାକୁ ନେଇ ମଧ୍ୟ ବିସ୍ତୃତ ଚର୍ଚ୍ଚା ଓ ଆଲୋଚନା ହେବ ।\n \n\n

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ