ସୁଇପର ସଂଘର ଅଚାନକ ଆନ୍ଦୋଳନ ଆରମ୍ଭ : ପ୍ରଥମ ଦିନରେ ସହରର ପରିମଳ ବ୍ୟବସ୍ଥା ବେହାଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦରେ କାର୍ଯ୍ୟରତ ସୁଇପରମାନେ ଆଜି ସକାଳୁ ସକାଳୁ ହଠାତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଥିବାରୁ ସହରରେ ପ୍ରଥମ ଦିବସରୁ ହିଁ ପରିମଳ ବ୍ୟବସ୍ଥା ବେହାଲ ହୋଇପଡିଛି । ସ୍ଥାନେ ସ୍ଥାନେ ଓଳିଆ ଆବର୍ଜନା କୁଢ କୁଢ ହୋଇ ପଡି ରହିଥିବା ବେଳେ ନାଳନର୍ଦ୍ଦମା ଗୁଡିକ ପୁତ୍ତିମୟ ଗନ୍ଧରେ ନାକ ଫାଟି ପଡୁଛି । ଘଟଣାରୁ ପ୍ରକାଶ ଯେ, ଗତ ୨୨ତାରିଖ ମଧ୍ୟ ରାତ୍ର ତଥା ୨୩ତାରିଖ ସକାଳ୧୨ଘଣ୍ଟା ୪୫ମିନିଟରେ ସହରର ଟାଉନ ହଲ ପରିସରରେ ଥିବା ପାର୍କିଂ ସ୍ଥଳରେ ୫ଗୋଟି କାର ପୋଡିବା ଏବଂ ୨ଗୋଟି କାରୁ ଭାଙ୍ଗିବା ଭଳି ଚାଞ୍ଚଲ୍ୟକର ଘଟଣା ଘଟିଥିଲା । ଏହାକୁ ନେଇ ପାରଳା ପୋଲିସ ତନାଘନା କରିଥିଲେ । ସାମାନ୍ୟ ଉଚବାଚକୁ ନେଇ ଏହି ଘଟଣା ଘଟିଥିବାର ସୁରାଗ ପାଇ ଗତକାଲି ସୁଇପର କଲୋନୀର ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ହେଲେ ଏହି ସୁଇପରମାନେ ଘଟଣାରେ ସମ୍ପୃକ୍ତ ନାହାନ୍ତି ବୋଲି କହିବା ସହ ପୋଲି ଅନ୍ୟାୟରେ ଏମାନଙ୍କୁ ଗିରଫ କରିଛି ବୋଲି କହି ଆଜି ସକାଳୁ ସକାଳୁ ଶତାଧିକ ସୁଇପରମାନେ ଏକତ୍ରିତ ହୋଇ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଠାରେ ପହଞ୍ଚି ଘେରାଉ କରିବା ସହ କାର୍ଯ୍ୟରେ ଯୋଗ ନ ଦେଇ ଆନ୍ଦୋଳନ କରିଥିଲେ । ପରେ ଖବର ପାଇ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପହଞ୍ଚୀ ଆନ୍ଦୋଳାତ୍ମକ ସୁଇପରଙ୍କୁ ବହୁ ବୁଝାସୁଝା କରିଥିଲେ ମଧ୍ୟ ଏମାନେ ଉପଯୁକ୍ତ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏପରି ଆନ୍ଦୋଳନ ଜାରି ରହିବ ବୋଲି ସଫା ସଫା ଭାବେ କହିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ସେଠୀ ଏଥି ପ୍ରତି ଗୁରୁତ୍ୱ ଦିଆଯାଇ କାଥାବାର୍ତ୍ତା କରାଯିବ ଏବଂ ତୁମ୍ଭେମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ ମଧ୍ୟ ଏମାନେ କର୍ଣ୍ଣପାତ କରିନଥିଲେ । ସେପଟେ ସହରର ବିଭିନ୍ନ ସାହି ବସ୍ତିରେ କୁଢ କୁଢ ଅଳି ଆବର୍ଜନା ପଡି ରହିଥିବାରୁ ସାଧାରଣଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡି ଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଚାର୍ଚ୍ଚା ଚାଲିଛି । ଏନେଇ ପାରଳାଖେମୁଣ୍ଡି ମ୍ୟୁନିସି ପାଲିଟିର ସାନିଟାରି ଇନ୍ସିପେକ୍ଟର ଲକ୍ଷ୍ମଣ ରାଓ କହିଛନ୍ତି ଯେ, ପ୍ରାୟ ୧୫୦ ସୁଇପର ଏଭଳି ଅଚାନକ ଆନ୍ଦୋଳନ କରିଛନ୍ତି । ସେମାନେ ଆନ୍ଦୋଳନ କରିବା ବିଷୟରେ ଆମ୍ଭଙ୍କୁ ଅବଗତ କରିନାହାନ୍ତି । ନିୟମ ପ୍ରକାରେ ପୂର୍ବରୁ ଆନ୍ଦୋଳନ କରିବା ବା ଛୁଟିରେ ରହିବା ସମ୍ପର୍କରେ କହିବାର ଥିଲା । ବିନା ନୋଟିସରେ ଏପରି ଏମାନେ ଛୁଟିରେ ରହିବା ନିୟମ ବିରୁଦ୍ଧ ଅଟେ ବୋଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ