ସୁଖଧାମ ବୃଦ୍ଧାଶ୍ରମରେ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସୁଖଧାମ ବୃଦ୍ଧାଶ୍ରମ ଟ୍ରଷ୍ଟ ପକ୍ଷରୁ ପୁରୁଣା ଭୁବନେଶ୍ୱର କୁମ୍ଭାର ସାହିଠାରେ ବୃଦ୍ଧାଶ୍ରମ ପରିସରରେ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ଦେବଯାନୀ ରାୟ ଜାତୀୟ ପତାକା ଉତ୍ତୋଳନ କରି ସମାଜରେ ବୟସ୍କମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ କହିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବୃଦ୍ଧାଶ୍ରମର ଅନ୍ତେବାସୀ ଶ୍ରୀମତୀ ବସନ୍ତ ମଞ୍ଜରୀ ରଥ ସ୍ୱାଗତଭାଷଣ ଦେବା ପରେ ମୁଖ୍ୟ ଅତିଥି ଅଭିମନ୍ୟୁ ପୃଷ୍ଟି, ମୁଖ୍ୟବକ୍ତା ବରଦାକାନ୍ତ ସାହୁ ଉଦ୍‌ବୋଧନ ଦେଇଥିଲେ । କାର୍ଯ୍ୟକ୍ରମକୁ ଡଃ ଅଜୟକୃଷ୍ଣ ପରିଡ଼ା, ଶ୍ରୀମତୀ ବିଜୟଲକ୍ଷ୍ମୀ ମହାସୁଆର, ମଦନ ମୋହନ ଜେନା ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନବାଳା ସାହୁ, ଆରତୀ ଜେନା, ମାନବେନ୍ଦ୍ର ମିଶ୍ର, ସେଲି ସୁମନ ଖୁଣ୍ଟିଆ, ଅଧ୍ୟାପକ ରୋଶନୀ ପ୍ରଧାନ, ଡଃ ପ୍ରଦୀପ ମଲ୍ଲିକ ଓ ଡଃ ମିନାକ୍ଷୀ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ