ସୁଖିଲା, ଓଦା ବର୍ଜ୍ୟବସ୍ତୁ କୁ ପୃଥକ ପୃଥକ ଭାବେ ସଂଗ୍ରହ କରୁଛି ଛତ୍ରପୁର ଏନ.ଏସି

ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଏନ.ଏସି ପକ୍ଷରୁ ଏନ.ଏସି ର ପରିମଳ କର୍ମଚାରୀ ମାନେ ଘର କୁ ଘର ଯାଇ ବର୍ଜବସ୍ତୁ ସଂଗ୍ରହ କରି ଆସୁଛନ୍ତି । ଏହା ସହିତ ନିୟମିତ ରାତ୍ର ଓ ଦିନରେ ସଫା ପରିମଳ ସୁତୁରା କାର୍ଯ୍ୟ ଚାଲିଛି । ଏହାକୁ  ସ୍ୱଚ୍ଛସାଥୀ ଠାରୁ ଆରମ୍ଭ କରି ୱାର୍ଡ ଲେଭେଲ ଅଫିସର ଏବଂ ଏନଏସି କାର୍ଯ୍ୟ ନିର୍ବାହୀ ଅଧୀକାରୀ ତଦାରଖ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଘରୋଇ ବର୍ଜବସ୍ତୁ କୁ ସୁଖୀଲା ଏବଂ ଓଦା ବର୍ଜ୍ୟରେ ବିଭକ୍ତ କରାଯିବା ସହିତ ପୃଥକ ପୃଥକ ପରିମଳ ସଂଗ୍ରହ କରୁଥିବା ଗାଡିରେ ପକାଇବା ନିମନ୍ତେ ଲୋକଙ୍କୁ ସଚେତନ କରାଯାଉଛି । ପରିମଳ ହେଉଛି ସମସ୍ତଙ୍କର ଦାୟିତ୍ୱ । ତେଣୁ ଏନ.ଏସି ପକ୍ଷରୁ ସଚେତନତା କରାଯିବା ସହ ଲୋକମାନଙ୍କ ଠାରୁ ପୃଥକ ପୃଥକ ଭାବେ ଓଦା ଓ ଶୁଖୀଲା ବର୍ଜବସ୍ତୁକୁ ସଂଗ୍ରହ କରାଯାଉଛି ବୋଲି ଟୁଇଟ ଯୋଗେ ଏନ.ଏସି ପକ୍ଷରୁ ସୂଚନା ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ