ସୁଗନ୍ଧ ବାରିପାରୁଥିବା ମେସିନ୍

ବୈଜ୍ଞାନିକମାନେ ବଭିନ୍ନ ପ୍ରକାର ନୂତନ ଜ୍ଞାନକୌଶଳ ଉଦ୍ଭାବନ କରିଛନ୍ତି । ମନୁଷ୍ୟମାନେ ପୃଥିବୀ ଛାଡ଼ି ମହାକାଶକୁ ଯିବାପାଇଁ ଯୋଜନା କରୁଛନ୍ତି । କିନ୍ତୁ ଏବେ ବି ମନୁଷ୍ୟ ମହାକାଶ ଓ ପୃଥିବୀ ବିଷୟରେ ସବିଶେଷ ତଥ୍ୟ ଜାଣିନାହାନ୍ତି । ଏହିସବୁ ବିଷୟରେ ଜାଣିବା ପାଇଁ ବିଭିନ୍ନ ପ୍ରକାର ଯନ୍ତ୍ର ଉଦ୍ଭାବନ କରୁଛନ୍ତି । ସେହିପରି ବୈଜ୍ଞାନିକମାନେ ଆଉ ଏକ ପ୍ରକାର ଯନ୍ତ୍ର ତିଆରି କରିଛନ୍ତି । ଯାହା ପଦାର୍ଥର ଗନ୍ଧ ବାରିପାରୁଛି । ଏହି ଯନ୍ତ୍ର ଇସ୍ରାଏଲର ବୈଜ୍ଞାନିକମାନେ ଉଦ୍ଭାବନ କରିଛନ୍ତି । ସେମାନଙ୍କୁ ଗନ୍ଧ ବା ବାସ୍ନା ଜାଣିବା ପାଇଁ ଏହି ଯନ୍ତ୍ର ସାହାଯ୍ୟ କରୁଛି । କୁହାଯାଉଛି ଯେ ଇସ୍ରାଏଲର ଏକ କମ୍ପାନୀ ଏଇଭଳି ସ୍ମାର୍ଟଫୋନ୍ ଆପ୍ ଓ ସେନ୍ସର ସାହାଯ୍ୟରେ ଗନ୍ଧ ବା ବାସ୍ନା ଜାଣି ପାରୁଛନ୍ତି । ଏହି ଜ୍ଞାନକୌଶଳ୍ ସେମାନଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ । କମ୍ପାନୀର ମାଲିକର କହିବାନୁଯାୟୀ ଏହି ସେନ୍ସରରେ ଏକ ପ୍ରକାର ଇଲୋକଟ୍ରୋନିକ୍ ଡିଭାଇସ୍ ରହିଛି ଯାହା ନାକର ଆଘ୍ରାଣ ଶକ୍ତି ପରି କାର୍ଯ୍ୟକରୁଛି । ଏହି ଆପକୁ ସ୍ମାର୍ଟଫୋନ୍ରେ ସଂଯୋଗ କରାଯାଇ ପାରିବ । ସେନ୍ସରଟି ନାନୋପାର୍ଟିକଲ୍ସ ଦ୍ୱାରା ତିଆରି ହୋଇଛି । ଏହି ଆପ୍କୁ ବ୍ୟବହାର କରି ସୌନ୍ଦର୍ଯ୍ୟ ପ୍ରସାଧାନ, ପରଫ୍ୟୁମ୍ ଓ ସାବୁନ ଭଳି ଉପାଦାନକୁ ଠିକ୍ ରୂପେ ଚିହ୍ନିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ