ସୁଚନା ଅଧିକାରରେ ତଥ୍ୟ ମାଗିବାରୁ ଧମକ
ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ସମଣା ପଞ୍ଚାୟତରେ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ଏହାକୁନେଇ ସମଣା ଗ୍ରାମର ମଧୁସୁଦନ ଦାସ ନାମକ ଜଣେ ବ୍ୟକ୍ତି ସୁଚନା ଅଧିକାର ଆଇନ ବଳରେ ବିଭିନ୍ନ କାର୍ଯ୍ୟାଳୟରେ ତଥ୍ୟ ମାଗିବାରୁ ତାଙ୍କୁ ଅଜଣା ନମ୍ବରୁ ବିଭିନ୍ନ ଧମକ ଚମକ ଦିଆଯାଉଛିବୋଲି ମଧୁସୁଦନ ଅଭିଯୋଗ କିଛନ୍ତି । କିଛି ବ୍ୟକ୍ତି ଅନେକ ପ୍ରଲୋଭନ ଦେଖାଇ ଚୁପ ରହିବାକୁ କହିବାରୁ ସେ ରାଜି ନହେବାରୁ ତାଙ୍କ ଧମକ ଚମକ ଦେଉଥିବାରୁ ତାଙ୍କ ଜୀବନପ୍ରତି ବିପଦ ଅଛି ବୋଲି ଦର୍ଶାଇ ସେ କେନ୍ଦୁଝର ଏସପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।


