ସୁଜ୍ଞାନ ସମର୍ଥକଙ୍କ ପକ୍ଷରୁ ବେଗୁନିଆପଡ଼ା ଠାରେ ରକ୍ତଦାନ ଶିବିର
କୋଦଳା, (ଗୁଲସନ କୁମାର କର):ଖଲ୍ଲିକୋଟ ରାଣୀ ସାହେବା ତଥା ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଅପ୍ରତିଦ୍ୱନ୍ଦୀ ନେତ୍ରୀ ଭି ସୁଜ୍ଞାନ କୁମାରୀ ଦେଓଙ୍କ ୮୫ ତମ ଜନ୍ମ ଦିବସ ଅବସରରେ ୨୦୦୮ ମସିହା ଠାରୁ ଚାଲିଛି ରକ୍ତଦାନ ଶିବିର। ଏହି କ୍ରମରେ ରାଣୀ ସାହେବା ଆହ୍ବାନ କ୍ରମେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କ ନେତୃତ୍ବରେ ବେଗୁନିଆପଡ଼ା ଠାରେ ରବିବାର ଆୟୋଜିତ ହୋଇଯାଇଛି ଏକ ମେଗା ରକ୍ତଦାନ ଶିବିର। ପୂର୍ବତନ ବିଜେଡି ଛାତ୍ର ରାଜ୍ଯ ସଂପାଦକ ତଥା ଆସିକା ଲୋକସଭା ସାଂସଦ ପ୍ରତିନିଧି (ବେଗୁନିଆପଡ଼ା ବ୍ଳକ) ଦୀନେଶ କୁମାର ମହାରଣାଙ୍କ ତତ୍ବାବଧାନରେ ବେଗୁନିଆପଡ଼ା କଳିଙ୍ଗ ବୈଶ୍ୟ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସ୍ବେଚ୍ଛାସେବୀ ରକ୍ତଦାତା ଉପସ୍ଥିତ ରହି ରକ୍ତଦାନ କରିଥିଲେ। ବେଗୁନିଆପଡ଼ା ବ୍ଳକର ପୂର୍ବତନ ଅଧ୍ୟକ୍ଷ ଜଗନ୍ନାଥ ସେଠୀ, କବିସୂର୍ଯ୍ୟନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୀତାମ୍ବର ସେଠୀ, ଖଣ୍ଡିଆନଈ ସମିତି ସଭ୍ୟା କୁନି ପଲେଇ, କେ ବରିଡ଼ା ସମିତି ସଭ୍ୟା ପୁଷ୍ପାଞ୍ଜଳୀ ଗୌଡ଼, ମହିଳା ସଙ୍ଘର ବରିଷ୍ଠ ନେତ୍ରୀ ଛାୟାବତୀ ବେହେରା, ପିଙ୍କି ରାଉତ, ଗଙ୍ଗା ପାଣିଗ୍ରାହୀ, ତ୍ରୀନାଥ ଗୌଡ଼, ରଘୁନାଥ ଆଚାର୍ଯ୍ୟ, ବିଭୁତି ପାଣ୍ଡି, ସମାଜସେବୀ ଲକ୍ଷ୍ମଣ ଗୌଡ଼, ବାମଦେବ ବିଷୋୟୀ, ପ୍ରଭାକର ପ୍ରଧାନ, ନାରାୟଣ ରେଡ୍ଡୀ, ସ୍ବର୍ଣ୍ଣମ୍ ଖାନ୍ ପ୍ରମୁଖ ବହୁ ସୁଜ୍ଞାନ ସମର୍ଥକଙ୍କ ଉପସ୍ଥିତିରେ ବହୁ ସ୍ବେଚ୍ଛାସେବୀ ଏହି ରକ୍ତଦାନ ଶିବିରରେ ଉପସ୍ଥିତ ଥିବା ବେଳେ ୧୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ତେବେ ବିଜୁ ଜନତା ଦଳ ପକ୍ଷରୁ ଗତ କିଛି ଦିନ ତଳେ ଭୁତସରସିଂ ଠାରେ ରାଣୀ ମା ଙ୍କ ଜନ୍ମଦିନ ପାଇଁ ଏକ ରକ୍ତଦାନ ଶିବିର ହୋଇଥିବା ବେଳେ ଏବେ ବେଗୁନିଆପଡ଼ା ଠାରେ ବିଜେଡ଼ି ପକ୍ଷରୁ ଏହି ସମାନ୍ତରାଳ ରକ୍ତଦାନ ଶିବିରକୁ ନେଇ ରାଜନୀତି ଜୋର ଧରିଛି। ।


