ସୁଡ୍ରାଆଶ୍ରମ ବିଦ୍ୟାଳୟରେ ଛାତ୍ରମାନେ କରୁଛନ୍ତି କାମ ଜାଳେଣି କାଠ ବୋହିବା ସହ ଆବର୍ଜନା ସଫେଇ କରୁଛନ୍ତି
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗୁରୁ ଦିବସରେ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁଙ୍କ ଉପହାର । ବିଦ୍ୟାଳୟକୁ ସବୁପିଲା ଆସି ପାଠପଢିବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚକରୁଛନ୍ତି ଓ ସଭିଏ ପଢନ୍ତୁ ସଭିଏଁ ବଢନ୍ତୁର ଖ୍ଖୋଗାନ ଦେଉଛନ୍ତି । ବିଦ୍ୟାଳୟ ସମ୍ମୁଖରେ ଦଣ୍ଡମୁକ୍ତ ଅଂଚଳ ବୋଲି ଲେଖାଯାଇଛି ।କିନ୍ତୁ କିଛି ପ୍ରଧାନଶିକ୍ଷକଙ୍କ ମନମୁଖୀ ଶାସନ ପାଇଁ ପିଲା ବିଦ୍ୟାଳୟକୁ ଯିବା ପାଇଁ ଡରୁଛନ୍ତି । ବିଦ୍ୟାଳୟକୁ ପିଲା ଯାଉଛନ୍ତି ପାଠପଢିବାକୁ ହେଲେ ଆଶ୍ରମ ବିଦ୍ୟାଳୟରେ ଅନ୍ତେବାଶୀ ମାନେ ଆଶ୍ରମରେ ରୋଷେୟୀ ପାଇଁ ବଣରୁ କାଠବୋହିବା ସହ ଅଳିଆଆବର୍ଜନା ସହ ନର୍ଦ୍ଦମା ସଫା କରୁଛନ୍ତି । ଏହିଭଳି ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲିଗୁଡା ବ୍ଲକର ସୁଡ୍ରା ପଂଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ,ସୁଡ୍ରାର । ସରକାର ଏହି ଅବାସିକ ବିଦ୍ୟାଳୟରେ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରି ମାନଙ୍କ ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ହେଲେ ବିଦ୍ୟାଳୟ ଦ୍ୱାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ ଦ୍ୱାୟୀତ୍ୱରେ ଥିବା ଅଧିକାରୀ କନ କରୁଛନ୍ତି ଏସବୁ ଚିତ୍ର ବୟାନ କରୁଛି । ଅନ୍ତେବାସୀ ଛାତ୍ର ମାନଙ୍କ ଦ୍ୱାରା ରୋଷେୟୀ ପାଇଁ ଜାଳେଣି କାଠ ନିକଟସ୍ଥ ଜଙ୍ଗଲରୁବୁହାଇବା ସହ ନାଳନର୍ଦ୍ଦମା ସଫା କରାଇବା ଭଳି କାମ କରାଉଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ଏହି ଫୋଟ ଓ ଭିଡିଓ ବର୍ତମାନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ।ସାଧାରଣରେ ଆଲୋଚନା ହେଉଛି ଯେ ପିଲାମାନେ ପାଠପଢିବା ନିମନ୍ତେ ନିଜ ଘରଠାରୁ ଦୁରରେ ସରକାର ବିଦ୍ୟାଳୟ ଆଶ୍ରମରେ ରହୁଛନ୍ତି ।କିନ୍ତୁ ସେମାନଙ୍କୁ ଯଦୀ ବିଦ୍ୟାଳୟରେ ପାଠପଢିବା ବଦଳରେ କାମ କରାଇବେ ତେବେ ପିଲାଙ୍କ ଭବିଷ୍ୟତ କଣ ହେବ । ପିଲାଙ୍କ ଭବିଷ୍ୟତ ସହ ଖେଳିବାର କୌଣସି ଶିକ୍ଷକଙ୍କ ଅଧିକାର ନାହିଁ । ଏହି କାର୍ଯ୍ୟପ୍ରତି ଉଚ୍ଚ କର୍ତୁପକ୍ଷ ନଜର ଦେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।ଏହି ବାବଦରେ ଦ୍ୱାୟୀତ୍ୱରେ ଥିବା ପ୍ରଧାନଶିକ୍ଷକଙ୍କ ସହ କୌଣସି ପ୍ରକାର ଯୋଗାଯୋଗ ହୋଇପାରିନାହିଁ ।