ସୁଦକ୍ଷ ଓ ସମର୍ପିତ ସାମ୍ବାଦିକଙ୍କୁ ସମ୍ମାନ
କେନ୍ଦ୍ରାପଡ଼ା, : ସାମ୍ବାଦିକତା କ୍ଷେତ୍ରରେ ନିଜକୁ ସମର୍ପିତ କରି ଯେଉଁମାନେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି, ସେମାନଙ୍କୁ ସମ୍ମାନିତ କରି ପ୍ରୋତ୍ସାହିତ କରିବା ସହ ଏ କ୍ଷେତ୍ରକୁ ପାଦ ବଢାଉଥିବା ଆଗାମୀ ପିଢିଙ୍କୁ ଆକୃଷ୍ଟ କରିବା ନିମନ୍ତେ ଭୁବନେଶ୍ୱରର ସମ୍ବାଦ ପରିବେଷଣ କରି ଆସୁଥିବା ପକ୍ଷରୁ ଏଭଳି ଏକ ଅଭିନବ ପ୍ରୟାସ କରାଯାଇଛି । କେନ୍ଦ୍ରାପଡ଼ାରେ ଆୟୋଜିତ ଏ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଓଲିଉଡ୍ ଅଭିନେତ୍ରୀ ତମନ୍ନା ବ୍ୟାସ, ପ୍ରଣୟ ଜେଠୀ ଏବଂ ପ୍ରଯୋଜକ ପ୍ରଦୀପ କୁମାର ସାହୁ (ଲିପୁ) ପ୍ରମୁଖ ଯୋଗଦେଇ ଉପସ୍ଥିତ ସାମ୍ବାଦିକ ଓ ସାମ୍ବାଦିକଙ୍କ ନାମ ସୁପାରିଶ କରୁଥିବା ସାଧାରଣ ଜନତାଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ସହରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସଂସ୍ଥା ପକ୍ଷରୁ ଏକ ଆହ୍ୱାନ ଦିଆଯାଇଛି । ସମ୍ପ୍ରତି ଉଭୟ ଛାପା ଓ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ସାମ୍ବାଦିକତା ସେବାରେ ନିୟୋଜିତ ଥିବା ସମ୍ବାଦିକ ବନ୍ଧୁମାନଙ୍କଠାରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରକାଶିତ ଓ ପ୍ରସାରିତ ଶ୍ରେଷ୍ଠ ସମ୍ବାଦ ଗୁଡ଼ିକ ଆହ୍ୱାନ କରାଯାଇଛି । ସାମ୍ବାଦିକ କ୍ଷେତ୍ର ପ୍ରାନ୍ତୀୟ ତଥା ଜାତୀୟସ୍ତରରେ ଯେଉଁମାନଙ୍କର ଆଖିଦୃଶିଆ ଅବଦାନ ରହିଛି ସେମାନଙ୍କ ନାମ ଜନତା ସର୍ବସାଧାରଣ ହିଁ ସୁପାରିସ କରିବେ ।