ସୁଦର୍ଶନ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କ୍ଷୁନ୍ଦ୍ର ବ୍ୟବସାୟୀ ମାନଙ୍କୁ ମାସ୍କ ବଂଟନ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁମାନେ ମାସ୍କ ନପିନ୍ଧିବେ ସେମାନଙ୍କ ଠାରୁ ଜରିମାନା ଆଦାୟ ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । କରୋନାରୁ ଦୁରେଇ ରହିବା ନିମନ୍ତେ ସମସ୍ତେ ମାସ୍କ ବ୍ୟବହାର କରିବା ନିମନ୍ତେ ଜିଲ୍ଲାପାଳ କହିଛନ୍ତି । ଛତ୍ରପୁର ଏନଏସିର ୧୦ ନମ୍ବର ୱାର୍ଡର ଶଙ୍କରମଠ ସାହି (ପାଣି କଲୋନୀ)ର ସୁଦର୍ଶନ ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟା ମାନେ ନିଜ ହାତରେ ତିଆରି ୨୦୦ ମାସ୍କ ଗୁଡିକ ସ୍ଥାନୀୟ ଏନଏସିରେ ପନିପରିବା ବିକ୍ରି କରୁଥିବା କ୍ଷୁନ୍ଦ୍ର ବ୍ୟବସାୟୀ ମାନଙ୍କୁ ଏବଂ ବିନା ମାସ୍କରେ ଯାତାୟତ କରୁଥିବା ବ୍ୟକ୍ତି ମାନଙ୍କୁ ମାସ୍କ ପ୍ରଦାନ କରାଯାଇଛି । ଏହାସହ ସେମାନଙ୍କୁ କରୋନାରୁ କିପରି ଦୂରେଇ ରହିବେ ସେଥିନିମନ୍ତେ ସଚେତନ କରିଥିଲେ । ଏହି ମାସ୍କ ପ୍ରଦାନ ବେଳେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରାଙ୍କ ସମେତ ମହାସଂଘର ସଭାପତି ପୂର୍ଣ୍ଣବାସୀ ମହାପାତ୍ର, ସ୍ୱଚ୍ଛ ସାଥୀ ସୁଜତା ପଣ୍ଡା, ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ସଭାପତି ଡି. ଯମୁନା, ସଂପାଦକ ପ୍ରଣିତା ପାଢି, ରଞ୍ଜିତା ପାଣି, ଲକ୍ଷ୍ମୀ ସାହୁ ଓ ପଦ୍ମାଙ୍କ ସମେତ ବହୁ ସଦସ୍ୟାନେ ଉପସ୍ଥିତ ଥିଲେ । ଏହି ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ପକ୍ଷରୁ ସଦସ୍ୟା ମାନେ ନିଜ ମାସ୍କ ପ୍ରସ୍ତୁତ କରି ଗରିବ ଅସହାୟ ଏବଂ ବ୍ୟବସାୟୀ ମାନଙ୍କୁ ପ୍ରଦାନ କରିବା ନିମନ୍ତେ କାର୍ଯ୍ୟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ