ସୁଦେଷ୍ଣା ସାହିତ୍ୟ ସଂସଦର ବାର୍ଷିକତ୍ସବ

ନିମାପଡ଼ା,( ସନ୍ତୋଷ ଦାଶ): ସୁଦେଷ୍ଣା ସାହିତ୍ୟ ସଂସଦ ଓ ସୁଦେଷ୍ଣା ଖବରକାଗଜ ର ମିଳିତ ଆନୁକୂଲ୍ୟରେ ସାହିତ୍ୟ ସଂସଦ ର ତୃତୀୟ ବାର୍ଷିକ ଉତ୍ସବ ବାଇରୋଇ, ଫୁଲନଖରା କଟକସ୍ଥିତ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦଠାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବରେ ସଭାପତି କୁମାରକବି ପ୍ରଶାନ୍ତ ବାହିନୀପତିଙ୍କ ଅନୁପସ୍ଥିତିରେ ନାଟ୍ୟକାର, ଗୀତିକାର, ନାଟ୍ୟ ନିର୍ଦ୍ଧେଶକ, କବି ଅଜୟ କୁମାର ସେଠୀ ସଭାପତିତ୍ୱ କରିଥିଲେ ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମହାକାଶ ବିଜ୍ଞାନୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ମୁଖ୍ୟବକ୍ତା ଭାବରେ ନୂଆଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଉଦୟନାଥ ସାହୁ, ସମ୍ମାନିତ ଅତିଥି ଭାବେ ଡ. ସାରଦା ପ୍ରସାଦ କର, ସମ୍ମାନିତ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ପୁରୁଷୋତ୍ତମ ବିଶ୍ୱାଳ, ସଂସଦର ମୁଖ୍ୟ ଉପଦେଷ୍ଟା ଡକ୍ଟର ଲକ୍ଷ୍ମଣ ସାହୁ, ଉପଦେଷ୍ଟା ସଂଗ୍ରାମ କେଶରୀ ରାଉତରାୟ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଉତ୍ସବ ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କବି, କବୟିତ୍ରୀମାନେ ଯୋଗ ଦେଇଥିଲେ ।ଡ. ବସନ୍ତ ମଞ୍ଜରୀ ଦାସ ମଞ୍ଚ ପରିଚାଳନା ଓ ସଂସଦର ମୁଖ୍ୟ ସମ୍ପାଦକ କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି ଅତିଥି ପରିଚୟ ପ୍ରଦାନ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସୁଶ୍ରୀ କଳ୍ପନା ପଣ୍ଡା ସଂସଦର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରତିନିଧି ମାନସ କୁମାର ମାର୍ଥାଙ୍କ ସମେତ ସଂସଦର ସମସ୍ତ ସଦସ୍ୟ ,ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଡ. ସାରଦା କରଙ୍କୁ ସୁଦେଷ୍ଣା ଦିବ୍ୟକାନ୍ତି ସମ୍ମାନ ୨୦୨୫ ରେ ସମ୍ମାନିତ କରାଯିବା ସହ ୭ଜଣ ପ୍ରତିଭାଧାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କାର୍ଯ୍ୟକାରିଣୀ ସମ୍ପାଦିକା ସୁଶ୍ରୀ କଳ୍ପନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ