ସୁଧ ବାରିମୂଳ ଗ୍ରାମରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଂଚାୟତ ର ସୁଧବାରିମୂଳ ଗ୍ରାମରେ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ୨୫ ତମ ବାର୍ଷିକ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏହି ଅଷ୍ଟପ୍ରହର ନାମଯଜ୍ଞ ପାଇଁ ଅଧିବାସ ଦିନ ନିତି ନିୟମ ଅନୁସାରେ ନାମ କୀର୍ତ୍ତନ କରି ଏକ ଶୋଭାଯାତ୍ରା ରେ ପ୍ରାଚୀ ନଦୀ ର ଗୋତୀର୍ଥ ରୁ କଳସ ପାଣି ଅଣାଯାଇ କୁଞ୍ଜରେ ସ୍ଥାପନ କରାଯାଇଥିଲା। ଗ୍ରାମବାସୀ ଙ୍କ ଦ୍ଵାରା ଆୟୋଜିତ ଅଷ୍ଟମପ୍ରହର ନାମଯଜ୍ଞ ରେ ନିକଟ ଗ୍ରାମରୁ ଦଶ ରୁ ଉର୍ଦ୍ଧ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ।ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ରଘୁନାଥ ବେହେରା ଓ କର୍ତ୍ତୀ ଭାବେ ସ୍ୱର୍ଣ୍ଣଲତା ବେହେରା କାର୍ଯ୍ୟ କରିଥିବା ବେଳେ ଗନୀ ଦାସ ପୂଜକ ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଗ୍ରାମର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ଦିନ ରାତି ଉପସ୍ଥିତ ରହି ଅଷ୍ଟମ ପ୍ରହର ନାମଯଜ୍ଞ କୁ ଉପଭୋଗ କରିବା ସଙ୍ଗେସଙ୍ଗେ ପ୍ରଭୁକୃପା ଲାଭ କରିଥିଲେ ।ଅଷ୍ଟପ୍ରହର ନାମ ଯଜ୍ଞ ପାଇଁ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ଏହି କାଯ୍ୟକ୍ରମ ରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।ଆଖପାଖ ଅଞ୍ଚଳ ରୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇଥିଲା।