ସୁନନ୍ଦା ପୁଷ୍କର ହତ୍ୟା ମାମଲା ଥରୁର୍ଙ୍କ ରିଭ୍ୟୁ ପିଟିସନ୍ ରାୟ ସଂରକ୍ଷିତ

ନୂଆଦିଲ୍ଲୀ(ଏଜେନ୍ସି): ସୁନନ୍ଦା ପୁଷ୍କର ହତ୍ୟା ମାମଲାରେ ତାଙ୍କ ସ୍ୱାମୀ ତଥା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିଭ୍ୟୁ ପିଟିସନ୍ ଉପରେ ଆଜି ପଟିଆଲା ହାଉସ୍ କୋର୍ଟ ଶୁଣାଣି କରିବା ସହ ରାୟକୁ ସଂରକ୍ଷିତ ରଖିଛନ୍ତି । ଶୁଣାଣି ସମୟରେ ଶଶି ଥରୁରଙ୍କ ଓକିଲ ଅଭିଯୋଗ ଆଣିଥିଲେ କି ମାମଲା ସମ୍ପର୍କିତ ସମସ୍ତ କାଗଜପତ୍ର ହସ୍ତଗତ ହୋଇନାହିଁ । ହେଲେ ଦିଲ୍ଲୀ ପୁଲିସ୍ ପକ୍ଷରୁ ଥରୁର ବାରମ୍ବାର ମାମଲାକୁ ଗଡେଇ ନେବାକୁ ପ୍ରୟାସ କରୁଥିବା ନେଇ ଅଭିଯୋଗ କରାଯାଇଥିଲା । ତେବେ ଦ୍ୱିପାକ୍ଷକ ଯୁକ୍ତିକୁ ଶୁଣିବା ପରେ ଆସନ୍ତା ୧୫ରେ ଏହାର ରାୟ ପ୍ରକାଶ ପାଇବ ବୋଲି କୋର୍ଟ ଦର୍ଶାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ