ସୁନାକରଙ୍କ ପଦଯାତ୍ରାରେ ଭୋଟ୍ ପ୍ରଚାର
କେନ୍ଦ୍ରାପଡ଼ା(ଜୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ସୁନାକର ବେହେରା ଆଜି ପଦଯାତ୍ରାରେ ଯାଇ କେନ୍ଦ୍ରାପଡା ବ୍ଲକ୍ ଭରତପୁର ପଞ୍ଚାୟତର ଭରତପୁର, ମେହେନ୍ଦିପୁର, ଖଣ୍ଡିଆବନ୍ଧ, ହରିଡାଦଣ୍ଡା, ପାରାଚକ, ଦିଆନପାଟଣା ଓ ଜଗନ୍ନାଥପୁରରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି । ଶ୍ୟାମସୁନ୍ଦରପୁର ପଞ୍ଚାୟତର ଶ୍ୟାମସୁନ୍ଦରପୁର, ଗଞ୍ଜାକୂଳ, ଖଣ୍ଡିଆବନ୍ଧି ପ୍ରଭୃତି ଗାଁ ଗୁଡିକରେ ପ୍ରତ୍ୟେକ ଘରକୁ ଯାଇ ଭୋଟ୍ ଭିକ୍ଷା କରିଥିଲେ । ପ୍ରାର୍ଥୀ ବେହେରା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ କହିବା ସହ ଡବଲ ଇଞ୍ଜିନ ସରକାର ହେଲେ ଆମ ରାଜ୍ୟ ତଥା ଜିଲ୍ଲାର ବିକାଶ ହୋଇପାରିବ ବୋଲି କହିଥିଲେ । ବେହେରାଙ୍କ ସହିତ ୬ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସ, ଭରତପୁରର ରଶ୍ମିରଞ୍ଜନ ରାଉତ, ଅକ୍ଷୟ ଆଚାର୍ଯ୍ୟ, ରଞ୍ଜନ ମଲ୍ଲ, ଦିପକ ମହାପାତ୍ର, ବିଶ୍ୱନାଥ ସିଂ, ମାନସ ଦାସ, ବିଶ୍ୱ ଭୁଷଣ କର, ବିକାଶ କର, ସୋମନାଥ ନାୟକ, ଆକାଶ କର, ବିରଞ୍ଚି ନାରାୟଣ ନାୟକ, ଲକ୍ଷ୍ମଣ ସାହୁ, ବନ୍ଦନା ପ୍ରଧାନ, ସୈାମ୍ୟ ପଟ୍ଟନାୟକ ଓ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ ।