ସୁନାଗହଣା ପିନ୍ଧିବାର ନିୟମ

ସୁନା ଦ୍ରବ୍ୟ ଓ ଅଳଙ୍କାରର ସବୁଠାରେ ଲୋକପ୍ରିୟତା ରହିଛି । ବିଶ୍ୱର ସବୁବର୍ଗର ମହିଳା ସୁନା ଅଳଙ୍କାର ପିନ୍ଧିବା ଲାଗି ଭଲପାଇଥାଆନ୍ତି । ମହିଳାମାନେ ବିଭିନ୍ନ ପ୍ରକାରର ସୁନା ଅଳଙ୍କାର ପିନ୍ଧିବାର ସଉକ ରଖିଥାନ୍ତି । ସୁନା ଯେ କେବଳ ସୌନ୍ଦର୍ଯ୍ୟ ପାଇଁ ପିନ୍ଧାଯାଏ ତାହା ନୁହେଁ, ସୁନା ପିନ୍ଧିବା ଦ୍ୱାରା ଭାଗ୍ୟ ଉପରେ ବି ପ୍ରଭାବ ପଡ଼ିଥାଏ । ତେବେ ଚାଲନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା ।
 ସୁନା ଏକ ଏପରି ଧାତୁ ଯାହା ସମସ୍ତଙ୍କ ପାଇଁ ଭଲ ବୋଲି ବିଶ୍ୱାସ କରାଯାଏ । ଏହାକୁ ସବୁ ଧର୍ମର ଲୋକ ପିନ୍ଧିପାରିବେ । ଏହାକୁ ପିନ୍ଧିବା ଦ୍ୱାରା ସୁଖ ସମୃଦ୍ଧି ବଢ଼ିବା ସହିତ ମନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇଥାଏ । ଫଳରେ ବ୍ୟକ୍ତିର ଭାଗ୍ୟରେ ପରିବର୍ତ୍ତନ ଆସେ । ସୁନା ପିନ୍ଧିବା ଦ୍ୱାରା ଶରୀର ଉପରେ କୌଣସି କଳା ଶକ୍ତି କାମ କରେ ନାହିଁ । ନକାରାତ୍ମକ ଶକ୍ତି ଶରୀର ସଂସ୍ପର୍ଶରେ ଆସିପାରେନାହିଁ ।
 ଅନେକ ବର୍ଷ ପୂର୍ବରୁ ସୁନା କହିଲେ ଲୋକଙ୍କ ମନରେ ଗହଣା, ଅର୍ଥ ଏବଂ ଆର୍ତ୍ସକ ସ୍ଥିତିର ସୂଚନା ଦିଏ । କିନ୍ତୁ ଜାଣି ରଖନ୍ତୁ ଯେ ଆର୍ତ୍ସକ ସ୍ଥିତିଠାରୁ ଘରେ ଶାନ୍ତି ବଜାୟ ରଖିବାରେ ସୁନା ଖୁବ ସହାୟକ ହୋଇଥାଏ ।
 କେବଳ ସେତିକି ନୁହେଁ, ସୁନା ପାଖରେ ଥିଲେ ଆତ୍ମବିଶ୍ୱାସ ବି ବୃଦ୍ଧିପାଏ । କୌଣସି ବିପଦ ସେତେ ପରିମାଣରେ ଦୋହଲାଇ ପାରେ ନାହିଁ ।
 ଝିଅମାନେ ସୁନା ମୁଦି ପିନ୍ଧୁଥିଲେ ବାମ ହାତରେ ଏବଂ ପୁଅମାନେ ଡାହାଣ ହାତରେ ପିନ୍ଧିଲେ ଭଲ ହୋଇଥାଏ ।
 ଯଦି ଆପଣଙ୍କର ଥଣ୍ଡା ସମସ୍ୟା ରହୁଛି ତେବେ ଆପଣ ନିଜର କନିଷ୍ଠ ବା କାଣି ଆଙ୍ଗୁଠିରେ ମୁଦି ପିନ୍ଧନ୍ତୁ ।
 ମହିଳାମାନେ କେବେ ବି ବେକ ଖାଲି ରଖନ୍ତୁନାହିଁ । ଛୋଟିଆ ସୁନାଟି ବି ହେଉ ପଛେ ବେକରେ ପକାଇବା ଦ୍ୱାରା ପତି-ପତ୍ନୀ ସମ୍ପର୍କ ଭଲ ରହିଥାଏ ।
 ଯେଉଁମାନଙ୍କର ବିବାହରେ ଅନେକ ଦିନ ପର୍ଯ୍ୟନ୍ତ ସନ୍ତାନ ହେଉନାହିଁ ସେମାନେ ବି ନିଜର କନିଷ୍ଠ ଆଙ୍ଗୁଠିରେ ମୁଦି ପିନ୍ଧିଲେ ଭଲ ।
 ଅଣ୍ଟାରେ କେବେ ବି ସୁନା ପିନ୍ଧନ୍ତୁ ନାହିଁ । ଏହା ଦୁର୍ଭାଗ୍ୟର କାରଣ ହୋଇଥାଏ । ପାଦରେ ବି ସୁନା ପିନ୍ଧିବାକୁ ଶାସ୍ତ୍ରରେ ବାରଣ କରାଯାଇଛି ।
 ନପିନ୍ଧୁଥିବା ସୁନାକୁ ସବୁବେଳେ ନାଲି କାଗଜ କିମ୍ବା କପଡ଼ାରେ ରଖନ୍ତୁ । ଏହାକୁ ଘରର ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ ନାହିଁ ।
 ଶୋଇବା ବେଳେ ଯଦି ସୁନା ଖୋଲୁଛନ୍ତି ତେବେ କେବେ ବି ମୁଣ୍ଡ ପାଖରେ ରଖନ୍ତୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ