ସୁନାଗହଣା ପିନ୍ଧୁଥିଲେ, ଏ ସବୁ ନିୟମ ମାନନ୍ତୁ
ସୁନା ସଂସାର ସବୁଠାରୁ ଦାମିକିଆ ବସ୍ତୁ ନ ହେଲେ ବି ସବୁଠାରୁ ଲୋକପ୍ରିୟ ବୋଲି ଆପଣ କହିପାରନ୍ତି । ବିଶ୍ୱର ଚାରିଆଡେ ସୁନାର ଚାହିଦା ବରହିଛି । ବିଶେଷ କରି ମହିଳାମାନେ ବିଭିନ୍ନ ପ୍ରକାରର ସୁନା ଅଳଙ୍କାର ପିନ୍ଧିବାର ସଉକ ରଖିଥାନ୍ତି । ସୁନା ଯେ କେବଳ ସୌନ୍ଦର୍ଯ୍ୟ ପାଇଁ ପିନ୍ଧାଯାଏ ତାହା ନୁହେଁ, ସୁନା ପିନ୍ଧିବା ଦ୍ୱାରା ଭାଗ୍ୟ ଉପରେ ବି ପ୍ରଭାବ ପଡିଥାଏ । ତେବେ ଚାଲନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା । ସୁନା ଏକ ଏପରି ଧାତୁ ଯାହା ସମସ୍ତଙ୍କ ପାଇଁ ଭଲ ବୋଲି ବିଶ୍ୱାସ କରାଯାଏ । ଏହାକୁ ସବୁ ଧର୍ମର ଲୋକ ପିନ୍ଧିପାରିବେ । ଏହାକୁ ପିନ୍ଧିବା ଦ୍ୱାରା ସୁଖ ସମୃଦଦ୍ଧି ବଢ଼ିବା ସହିତ ମନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇଥାଏ । ଫଳରେ ବ୍ୟକ୍ତିର ଭାଗ୍ୟରେ ପରିବର୍ତ୍ତନ ଆସେ । ସୁନା ପିନ୍ଧିବା ଦ୍ୱାରା ଶରୀର ଉପରେ କୌଣସି କଳା ଶକ୍ତି କାମ କରେ ନାହିଁ । ନକରାତ୍ମକ ଶକ୍ତି ଶରୀର ସଂସ୍ପର୍ଶରେ ଆସିପାରେ ନାହିଁ । ଅନେକ ବର୍ଷ ପୂର୍ବରୁ ସୁନା କହିଲେ ଲୋକଙ୍କ ମନରେ ଗହଣା, ଅର୍ଥ ଏବଂ ଆର୍ଥିକ ସ୍ଥିତିର ସୂଚନା ଦିଏ । କିନ୍ତୁ ଜାଣି ରଖନ୍ତୁ ଯେ ଆର୍ଥିକ ସ୍ଥିତିଠାରୁ ଘରେ ଶାନ୍ତି ବଜାୟ ରଖିବାରେ ସୁନା ଖୁବ ସହାୟକ ହୋଇଥାଏ । କେବଳ ସେତିକି ନୁହେଁ, ସୁନା ପାଖରେ ଥିଲେ ଆତ୍ମବିଶ୍ୱାସ ବୃଦ୍ଧିପାଏ । କୌଣସି ବିପଦ ସେତେ ପରିମାଣରେ ଦୋହଲାଇ ପାରେ ନାହିଁ । ଝିଅମାନେ ସୁନା ମୁଦି ପିନ୍ଧୁଥିଲେ ବାମ ହାତରେ ଏବଂ ପୁଅମାନେ ଡାହାଣ ହାତରେ ପିନ୍ଧିଲେ ଭଲ ହୋଇଥାଏ ।