ସୁନାଠାରୁ ଦୁର୍ମୂଲ୍ୟ ଚା

‘ଡା ହୋଙ୍ଗ ପାଓ’ ବିଶ୍ୱର ସବୁଠାରୁ ମୂଲ୍ୟବାନ ଚା । ଏକ ଗ୍ରାମ ‘ଡା ହୋଙ୍ଗ ପାଓ’ ର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ଲକ୍ଷେ ଟଙ୍କା । ଏକ ପଟ୍‍ ଚା’ର ମୂଲ୍ୟ ୬.୭ ଲକ୍ଷ ଟଙ୍କା । ଚାଇନିଜ ଚା ବିଶେଷଜ୍ଞ ଜିଆଙ୍ଗନିଙ୍ଗ ହୁ କହନ୍ତି, ଅତ୍ୟନ୍ତ ବିରଳ ହୋଇଥିବାରୁ ଏଭଳି ଦୁର୍ମୂଲ୍ୟ ହୋଇଛି । କେବଳ ଚାଇନାର ଫୁଜିଆନ ପ୍ରଦେଶ ଅନ୍ତର୍ଗତ ଉଇ ପର୍ବତରେ ଏହି ଚା ଗଛ ଦେଖାଯାଏ । ତାହା ପୁଣି ଅତ୍ୟନ୍ତ ବିରଳ । ଏହା ଚାଷ କରାଯାଏ ନାହିଁ । ପ୍ରାକୃତିକ ଭାବେ ଗଛ ଉଠେ ଓ ପତ୍ର କଅଁଳେ । ପ୍ରତି ବର୍ଷ ବସନ୍ତ ଋତୁରେ ଚା ପତ୍ର ତୋଳାଳିମାନେ ଉଇ ପର୍ବତକୁ ଯାଇ ‘ଡା ହୋଙ୍ଗ ପାଓ’ ଗଛରେ ପତ୍ର କଅଁଳୁ ବୋଲି ଚା ଦେବତା ଲୁ ୟୁଙ୍ଗୁ ପ୍ରାର୍ଥନା କରନ୍ତି । ପତ୍ର କଅଁଳିବାକୁ ସେମାନେ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତି । କଅଁଳିବା ପରେ ପ୍ରତି ଦିନ ଛେଳି ଖିରରେ ପୋଛାଯାଏ । ପତ୍ର ତୋଳା ହେବା ପରେ ଶୁଖାଇ କୌଣସି ଗୋପନୀୟ ପଦ୍ଧତିରେ ଉପଚାର କରାଯାଏ । ଉପଚାର ଅଶୀ ବର୍ଷ ଚାଲେ । ଅଶୀ ବର୍ଷ ପରେ ‘ଡା ହୋଙ୍ଗ୍‍ ପାଓ’ ପାନୀୟ ଉପଯୋଗୀ ହୁଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ