ସୁନାବେଶ

ସୁନାବେଶ କାହିଁ
ହେବୁରେ କାଳିଆ
ତୋ ବେଶ କି ଅସୁନ୍ଦର,
ସୁନାବେଶ ହୋଇ
ମୁହଁ ନ ଦିଶିଲେ
ଲୁହ ଝରେ ଝର ଝର ।

ତୋ କଳା ମୁହଁକୁ
କେବେ ସରି ନୁହଁ
ସାରା ଜଗତର ମୁହଁ,
ସୁନା ଅଳଙ୍କାରେ
ମୁହଁ ଘୋଡାଇଲେ
କେମିତି ବଞ୍ଚିବି କୁହ ।

ସୁନା କିଣିବାକୁ
ଗରିବ ଆଖିରୁ
ଏବେ ବି ଝରଇ ଲୁହ,
ତୋ ଭକତ ଦୁଃଖ
କେମିତି ସହିବୁ
ସୁନାବେଶ ହୋଇ କୁହ ।

ଯେତେ ଅଳଙ୍କାର
ତୋ ପାଖରେ ଅଛି
ତୋ ଭକ୍ତଙ୍କୁ ବାଣ୍ଟି ଦିଏ,
ସୁନାବେଶ ଠାରୁ
ଅଧିକ ଆସିବେ
ଚିହ୍ନିବୁ ଭକତ କିଏ ।

ସୁନାବେଶ ହେଲେ
ମୁହଁ ନ ଦିଶିବ
ଭକ୍ତ ଯିବେ ପାଶେ ମାଡି,
କଳାଶ୍ରୀମୁଖକୁ
ନିରେଖି ଚାହିଁବେ
ଦେଶିଲେ ଯିବେ ବାହୁଡି ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ