ସୁନାମଧନ୍ୟ ଝୁମର କଣ୍ଠଶିଳ୍ପୀ ସୁଧାଂଶୁ ବଳଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମ୍ୟୁନିସିପାଲଟି ଅନ୍ତର୍ଗତ ଗଢ଼ ଗ୍ରାମର ସୁଯୋଗ୍ୟ ସନ୍ତାନ ଓଡିଶା,ଝାଡଖଣ୍ଡ, ପଶ୍ଚିମବଙ୍ଗର ସୁନାମଧନ୍ୟ ଝୁମର କଣ୍ଠଶିଳ୍ପୀ, ଭଜନ ଗାୟକ ,ବୃତ୍ତିରେ ଶିକ୍ଷକତା ସୁଧାଂଶୁ ବଳଙ୍କ ପୈତୃକ ବାସଭବନରେ ଶନିବାର ଦିନ ଏକାଦଶାହ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଏକାଦଶାହରେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କ ,ଦୂର ଦର୍ଶନ,ଅଲ ଇଣ୍ଡିଆ ରେଡିଓ ଷ୍ଟେସନ ଡାଇରେକ୍ଟର ପ୍ରମୁଖ ଏକାଦଶାହରେ ଶୋକବାର୍ତ୍ତା ପଠାଇଥିଲେ ।ସେହିଭଳି ଏକାଦଶାହରେ ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ବର ଟୁଡୁ,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ମୟୂରଭଞ୍ଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, କଳାକାର ବୃନ୍ଦ ତାଙ୍କ ବାସ ଭବନରେ ପହଞ୍ଚି ମହାନ ସାଧକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ତାଙ୍କ ଦେହାନ୍ତରେ ମୟୂରଭଂଜ ତଥା ରାଇରଙ୍ଗପୁର ଅଂଚଳର ଏକ ବିଶିଷ୍ଟ କଳାକାରଙ୍କୁ ସବୁଦିନ ପାଇଁ ହରାଇ ବସିଲା ।


