ସୁନାମି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ବ୍ଲକ ଜୟଦେବ କସବାପାହି ଗ୍ରାମରେ ପଞ୍ଚାୟତରାଜ ନିର୍ବାଚିତ ପ୍ରତିନିଧି ଓ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କର୍ମକର୍ତ୍ତାଙ୍କୁ ନେଇ ଓସ୍ଡମା ଓ ଜିଲ୍ଲା ପ୍ରଶାସନ ସହାୟତାରେ ଆଜି ସୁନାମି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏତଦ ବ୍ୟତୀତ ଗୋଷ୍ଠୀ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମଗୁଡିକ ପଥପ୍ରାନ୍ତ ନାଟକ ମାଧ୍ୟମରେ କରାଯାଇଛି I ସୁନାମିର ଲକ୍ଷଣ, ଭାୟବହତା ଓ ସରକାରଙ୍କ ପଦକ୍ଷେପଗୁଡିକୁ ସ୍ଥାନୀୟ ସମ୍ପର୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ I ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଲିଲିମା ପାତ୍ର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ସବିତା ମିଶ୍ର ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଜ୍ୟୋତିର୍ମୟ ବିଶ୍ୱାଳ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ I


