ସୁନାରାମ ଧନୁର୍ଜୟପୁର ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଧନୁର୍ଜୟପୁରର ସମିତିସଭ୍ୟ ଭାବେ ସୁନାରାମ ଟୁଡୁ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସାଦ ହୋଙ୍କୁ ୫୧ଖଣ୍ଡ ଭୋଟରେ ପରାସ୍ତକରି ବିଜୟୀ ହୋଇଛନ୍ତି । ସୁନାରାମ ୧୦୪୮ଖଣ୍ଡ ଭୋଟ ପାଇଥିବାବେଳେ ସାଦ ହୋ ୯୯୭ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି । ଏହାକୁନେଇ ସୁନାରାମଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଖୁସୀର ଲହରି ଖେଳିଯାଇଛି ।