ସୁନାରେ ନିବେଶ ଏକ ଉତ୍ତମ ନିବେଶର ବିକଳ୍ପ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତରେ ନିବେଶ କ୍ଷେତ୍ରରେ ଉର୍ଦ୍ଧ୍ୱମୁଖୀ ବୃଦ୍ଧି ଦେଖିବାକୁ ମିଳିଛି । ପର୍ଯ୍ୟାୟକ୍ରମେ ଆମେ ଏକ ସଂଚୟ ଅର୍ଥନୀତିରୁ ନିବେଶକଙ୍କ ଅର୍ଥନୀତି ଆଡ଼କୁ ଗତି କରୁଛୁ । ଷ୍ଟକ୍, ମ୍ୟୁଚୁଆଲ୍ ଫଣ୍ଡ, ଆଇପିଓ, ସୁନା ଓ ଫିକ୍ସଡ୍ ଇନ୍କମ୍ ଉତ୍ପାଦ ଭଳି ବ୍ୟାପକ ନିବେଶ ବିକଳ୍ପ ସହିତ ସଠିକ୍ ତଥ୍ୟ ନିବେଶକମାନଙ୍କୁ ସେମାନଙ୍କ ପୋର୍ଟଫୋଲିଓକୁ ବ୍ୟାପକ କରିବା ଏବଂ ସଠିକ୍ ନିବେଶ କରିବାରେ ସହାୟକ ହୋଇଛି ।ବହୁ ନିବେଶ ଉପକରଣ ଥିବା ସତ୍ୱେ ଭାରତୀୟମାନଙ୍କ ଲାଗି ସୁନା ଅନ୍ୟତମ ସର୍ବ ପୁରାତନ ଓ ସବୁଠୁ ପସନ୍ଦର ନିବେଶ ବିକଳ୍ପ ହୋଇ ରହିଛି ଯାହାର ଦୃଢ଼ ସାଂସ୍କୃତିକ ଇତିହାସ ରହିଛି । ଗତ କିଛି ବର୍ଷ ମଧ୍ୟରେ ସୁନା ଦରରେ ବ୍ୟାପକ ବୃଦ୍ଧି ହୋଇଥିଲା । ୨୦୨୩ରେ ସେଥିରେ ୨୫ ପ୍ରତିଶତ ଏବଂ ୨୦୨୪ରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି । ସେଥିପାଇଁ ସୁନାରେ ନିବେଶକୁ ନେଇ ହଠାତ୍ ଆଗ୍ରହ ବଢ଼ିଛି । ସୁନାରେ ନିବେଶ କାହିଁକି ଭଲ ତାହାର ଅନେକ କାରଣ ରହିଛି ।ଚା ମୁଦ୍ରାସ୍ଫୀତି ବିରୋଧରେ ସୁରକ୍ଷା ଭାବେ ବ୍ୟବହାର କରିହେବ: ମୁଦ୍ରାସ୍ଫୀତି ବଢ଼ିଲେ ମୁଦ୍ରାର କ୍ରୟ ଶକ୍ତି ହ୍ରାସ ପାଏ । ସମଗ୍ର ଇତିହାସରେ ଦୀର୍ଘକାଳୀନ ଭିତିରେ ଅଧିକ ପ୍ରମୁଖ ମୁଦ୍ରା ସୁନା ବଦଳରେ ହ୍ରାସ ପାଇଛି । ଚା ତୁଳନାତ୍ମକ ଭାବେ କମ୍ ବିପଦ: ସୁନାରେ ନିବେଶ ହେଉଛି ଏକ ଉପାୟଯାହା ବଜାରରେ ଅସ୍ଥିରତା ସମୟରେ ଆପଣଙ୍କ ପୋର୍ଟଫୋଲିଓକୁ ଅଧିକ ଦୃଢ଼ ଓ ଅପେକ୍ଷାକୃତ ଭାବେ ବିପଦ ମୁକ୍ତ କରିଥାଏ । ସୁନା ପୋର୍ଟଫୋଲିଓର ଅସ୍ଥିରତାକୁ କମ୍ ରହିଥାଏ, କାରଣ ସୁନାର ମୂଲ୍ୟ ତୁଳନାରେ ଅନ୍ୟ ସଂପତିଗୁଡ଼ିକର ପ୍ରଭାବିତ ହୋଇଥାଏ । ତେଣୁ, ପୋର୍ଟଫୋଲିଓରେ ଅନ୍ୟ ସଂପତିର ମୂଲ୍ୟ କିମ୍ବା ଦାମ୍ ଅସ୍ଥିର ହେଲେ ସୁନା ରକ୍ଷକ ଭାବେ କାର୍ଯ୍ୟ କରି ପୋର୍ଟଫୋଲିଓ ମୂଲ୍ୟକୁ ଗୁରୁତର ପ୍ରଭାବିତ ହେବାରୁ ରୋକିଥାଏ ।ଚା ସୁନା ହେଉଛି ଏକ ଅତ୍ୟନ୍ତ ନଗଦ ସଂପତି: ନଗଦ ଦ୍ୱାରା ବିଭିନ୍ନ ପ୍ରକାରର କିଣାବିକା ସହଜ ହୋଇଥାଏ । ଉପଲବ୍ଧ ଥିବା ନିବେଶ ଉପକରଣ ମଧ୍ୟରୁ ସୁନା ହେଉଛି ଅନ୍ୟତମ ନଗଦ ଯାହା ଶୀଘ୍ର ଓ ସହଜରେ ନଗଦ ରାଶିରେ ପରିଣତ ହୋଇପାରେ । ସେହି ଫାଇଦା ପାଇଁ ନିବେଶକମାନେ ଅର୍ଥନୈତିକ ଅନିଶ୍ଚିତତା ସମୟରେ ନିଜର ସଂପତିର ସୁରକ୍ଷା ପାଇଁ ସୁନା ଆଡ଼କୁ ଢ଼ଳିଥାନ୍ତି ।ନିବେଶ ପାଇଁ ପ୍ରଥମ ଥିବା ଲୋକମାନଙ୍କୁ ସୁନା ବଜାରକୁ ଭଲ ଭାବେ ବୁଝିବା ଜରୁରୀ । ଅଳ୍ପରୁ ଆରମ୍ଭ କରନ୍ତୁ ଏବଂ ସୁନାରେ ନିବେଶକୁ ଏକ ଦୀର୍ଘକାଳୀନ ନିବେଶ ଭାବେ ଦେଖନ୍ତୁ । ସୁନା ନିବେଶ ପାଇଁ ସୋଭରେନ୍ ଗୋଲ୍ଡ ବଣ୍ଡ ସବୁଠୁ ପସନ୍ଦର ନିବେଶ ଉପକରଣ ହୋଇଥିବା ବେଳେ ସୁନା ଇଟିଏଫ୍ ଓ ସୁନା ମ୍ୟୁଚୁଆଲ୍ ଫଣ୍ଡ ଜରିଆରେ ସେଥିରେ ମଧ୍ୟ ନିବେଶ କରିପାରିବେ । ତେବେ ସୁନାରେ ନିବେଶ ଲାଗି ସେମାନଙ୍କୁ ବହୁତ କିଛି ବିଚାର କରିବାକୁ ପଡ଼ିବ ଯଥା ନିବେଶର ଲକ୍ଷ୍ୟ, ନିବେଶର ସମୟ ଏବଂ ବଜାର ଧାରା ଉପରେ ସମ୍ପୂର୍ଣ୍ଣ ନଜର ।ଯେକୌଣସି ନିବେଶ ଯାତ୍ରାକୁ ସଫଳ କରିବା ଲାଗି ନିବେଶକ ଏହି ସବୁ ବିଷୟ ଉପରେ ନଜର ରଖିବା ଗୁରୁତ୍ୱପୂର୍ଣ୍ଣ । ବଜାର କୋଳାହଳଠାରୁ ଦୂରରେ ରହି ସୂଚନା ଆଧାରରେ ନିଷ୍ପତି ନିଅନ୍ତୁ ଓ ବୁୁଦ୍ଧିମାନର ପରିଚୟ ଦିଅନ୍ତୁ ।