ସୁନା ଅଳଙ୍କାର ହଜିବାର କାରଣ

ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି, ରାହୁ ଓ କେତୁ ୯ଟି ଗ୍ରହକୁ ଜ୍ୟୋତିଷ ଶାସ୍ତ୍ରରେ ସ୍ଥାନ ଦିଆଯାଇଛି । ଏହାର ଶୁଭ ଓ ଅଶୁଭ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ଗ୍ରହ ମଧ୍ୟରେ ସୂର୍ଯ୍ୟଙ୍କୁ ରାଜା ବୋଲି ଗ୍ରହଣ କରାଯାଇଛି । ସୂର୍ଯ୍ୟ ମାନ-ସମ୍ମାନ, ପ୍ରସିଦ୍ଧି ଓ ଭାଗ୍ୟର କାରକ ଅଟନ୍ତି । କିନ୍ତୁ ଜାତକରେ ଏହି ଗ୍ରହ ଅଶୁଭ ସ୍ଥାନରେ ରହିଲେ ଜୀବନରେ ଦୁର୍ଭାଗ୍ୟ ଆସିଥାଏ । ଏପରିକି ପୂର୍ବରୁ ଆମ୍ଭମାନଙ୍କୁ ସଙ୍କେତ ମିଳିଯାଏ । ଯେପରି ସୁନା ଅଳଙ୍କାର ହଜିବା । ଏହା ଏକ ଅଶୁଭ ସଙ୍କେତ ହୋଇଥାଏ । ଏହି ସମୟରେ ଆପଣଙ୍କୁ ବୁଝିବାକୁ ହେବ ଯେ, ସୂର୍ଯ୍ୟଙ୍କ ସ୍ଥିତି ଆପଣଙ୍କ ଜାତକରେ ଅଶୁଭ ସ୍ଥାନରେ ରହିଛି । ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ବା ଜଳ ଅର୍ପଣ କରନ୍ତୁ । ଏହା ଦ୍ୱାରା ଅଶୁଭ ପ୍ରଭାବ ଦୂର ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ