ସୁନା ଜବତ, ଦୁଇ ଗିରଫ

ଚନ୍ଦୋଲୀ- ଉତ୍ତର ପ୍ରଦେଶର ଚନ୍ଦୋଲୀ ଜିଲ୍ଲାର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ରେଳବାଇ ଜଙ୍କଶନ ନିକଟରୁ ରାଜସ୍ୱ ସୂଚନା ନିର୍ଦ୍ଦେଶାଳୟ ବାରାଣସୀ ଶାଖାର ଟିମ ୨ ଜଣ ସୁନା ଚାଲାଣକାରୀଙ୍କୁ ଗିରଫ କରିଛି । ଏହି ୨ ଚାଲାଣକାରୀ ଉତ୍ତର-ପୂର୍ବାଞ୍ଚଳରୁ ସୁନା ନେଇ ଟ୍ରେନ ଜରିଆରେ ଉତ୍ତର ପ୍ରଦେଶର କାନପୁର ଯାଉଥିଲେ । ଏମାନଙ୍କ ଠାରୁ ଜବତ କରାଯାଇଥିବା ସୁନାର ମୂଲ୍ୟ ପାଖାପାଖି ୧ କୋଟି ୧୯ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ରାଜସ୍ୱ ସୂଚନା ନିର୍ଦ୍ଦେଶାଳୟ (ଡିଆରଆଇ)ର ବରିଷ୍ଠ ସୂଚନା ଅଧିକାରୀ ଆନନ୍ଦ ରାୟଙ୍କ ଅନୁସାରେ ଗୁଇନ୍ଦା ଟିମକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ