ସୁନା ଦୋକାନରୁ ରାତି ଅଧରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ସୋରଡା ,(ଯୁଗାବ୍ଦ ନ୍ୟୁଜ୍) : ସୋରଡା ସହରର ବଡଦାଣ୍ଡରେ ଅବସ୍ଥିତ ଥିବା ଚକାଡୋଳା ସୁନା ଦୋକାନରୁ ରବିବାର ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ କରି ଦୁର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାତ୍ର ପ୍ରାୟ ୩ ଟା ସମୟରେ କିଛି ଦୁବୁର୍ତ୍ତ ଚକାଡୋଳା ଗହଣ ଦୋକାନ ବାରଣ୍ଡାରେ ପଇଁତରା ମାରୁଥିଲେ । ଏହି ସମୟରେ ପଡୋଶୀ ମାଲିକ ସୂରପାତ୍ର ପରିଶ୍ରା କରିବା ନିମନ୍ତେ ରାତି ଅଧରେ ବାହାରକୁ ଆସିଥିଲେ । କିଛି ଅଚିହ୍ନା ମୁହଁର ଯୁବକ ଦୋକାନ ସାମ୍ନାରେ ପଇଁତରା ମାରୁଥିବା ବେଳେ ପଡୋଶୀ ଦୋକାନ ମାଲିକ ସୂରପାତ୍ର ଚକାଡୋଳା ଗହଣା ଦୋକାନର ପୁଅ ନିକଟକୁ ଫୋନ ଯୋଗେ ଖବର ଦେଇଥିଲେ । ଖବର ପାଇ ସଂଗେ ସଂଗେ ତାଙ୍କ ପୁଅ ଦୁବୁତ୍ତ ମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ପୁଅଙ୍କୁ ଦୁବୁର୍ତ୍ତମାନେ ମାରଣାସ୍ତ୍ର ଦେଖାଇବାରୁ ସେ ନିରବ ରହିଯାଇଥିଲେ । ଏହା ପରେ ନିକଟସ୍ଥ ପୋଲିସ ଷ୍ଟେସନର ଲିଖିତ ଅଭିଯୋଗ କରିଛନ୍ତି । ଦୋକାନ ମାଲିକ ପରମେଶ୍ୱର ପାତ୍ର ଦୋକାନରୁ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ ହୋଇଥିବା କଥା କହିଛନ୍ତି । ପୋଲିସ ଘଟଣା ସ୍ଥଳରୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ