ସୁନା ବ୍ୟବସାୟୀଙ୍କଠାରୁ ୬୦,୦୦୦ଟଙ୍କା ସହ ବେଗ ଝାମ୍ପିନେଲେ ଲୁଟେରା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଁଳାଡୁବା ଗ୍ରାମର ବିଶିଷ୍ଟ ସୁନା ବ୍ୟବସାୟ ଭାବରଂଜନ ପରିଡ଼ାଙ୍କ ଘର ସମ୍ମୁଖରୁ ବେଗ ସହ ୬୦,୦୦୦ ଟଙ୍କା ଝାମ୍ପିନେଲେ ବାଇକ୍ ଲୁଟେରା । ସୂଚନାଯୋଗ୍ୟ ଯେ ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ପାର୍ବଣ ଋତୁ ବହୁତ ଗୁରୁତ୍ବପୁର୍ଣ ।ବାମନଘାଟୀ ହେଉଛି ସଂସ୍କୃତି ପୁର୍ଣ ଅଂଚଳ । ଦୁର୍ଗା ପୂଜା ଠାରୁ କାଳୀପୂଜା ପର୍ଯ୍ୟନ୍ତ ବାମନଘାଟୀ ଚଳ ଚଂଚଳ ।ବଜାର ସହର ପୁର ପଲ୍ଲୀ, ଗାଁ ଉତ୍ସବ ମୁଖର । ଏହି ଭିଡଭିଡି ଲୋକଙ୍କ ବ୍ୟବସ୍ଥା ନେଇ ଆନ୍ତଃ ରାଜ୍ୟ ଲୁଟେରା ଡେଙ୍ଗୁ ସକ୍ରିୟ ହୋଇ ଉଠିଛନ୍ତି ।ଅନ୍ୟ ପକ୍ଷରେ କରୋନା ମହାମାରୀ ପାଇଁ ଲୋକେ କାମଧନ୍ଦା ନ ପାଇ ଘରେ ହାତବାନ୍ଧି ବସିଛନ୍ତି । ବୁଧବାର ସଂଧ୍ୟା ୭ ଘଟିକାରେ ରାଇରଙ୍ଗପୁର ସହରର ବିଶିଷ୍ଟ ସୁନା ବ୍ୟବସାୟୀ ଭବ ରଂଜନ ପରିଡ଼ା ଦୋକାନ ବନ୍ଦ କରି ତାଙ୍କ ଘର ଅଁଳାଡୁବାରଜ ପହଞ୍ଚିଥିଲେ । ଘର ଆଗରେ ବାଇକ୍ ରଖି କବାଟ ଖୋଲୁଥିଲେ । ବାଇକ ହେଣ୍ଡଲରେ ଟଙ୍କା ବେଗ,ଦୋକାନ ଚାବିକାଠି ଥିଲା ହଠାତ୍ ଝାଡ଼ଖଣ୍ଡ ନମ୍ବର ଥିବା ଏକ ବାଇକରେ ଦୁଇଜଣ ହେଲମେଟ ପିନ୍ଧା ଲୁଟେରା ପହଞ୍ଚି ଗାଡିରୁ ବେଗ ନେଇ ଦୃତ ଗତିରେ ଖସି ପଳାଇଥିଲେ । ଏହାକୁ ନେଇ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ସିସିଟିଭି ର କେମେରା ଚେକ୍ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ