ସୁନା ବ୍ୟବସାୟୀଙ୍କ ଉପରକୁ ଲଙ୍କା ଗୁଣ୍ଡ ଫିଙ୍ଗି ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟ ଷ୍ଟେସନ ନିକଟ ଗଳା ଶଙ୍ଖ ରାସ୍ତାରେ ଏକ ବଡ଼ ଧରଣରୁ ଲୁଟ କରିଛନ୍ତି ଲୁଟେରା।ବ୍ୟବସାୟୀଙ୍କୁ ଆକ୍ରମଣ କରି ପ୍ରାୟ ୭ଶହ ଗ୍ରାମ ସୁନା ଓ ୧୫ରୁ ୨୦ କିଲୋଗ୍ରାମ ରୁପା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ।ସୁନା ବ୍ୟବସାୟୀ ନିଜ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଦୁର୍ବୃତ୍ତମାନେ ଟାର୍ଗେଟ କରିଛନ୍ତି।ଆଜି ସଂଧ୍ୟା ପ୍ରାୟ ରାତି ୮.୩୦ ବେଳେ ଛତ୍ରପୁର ମେଇନ ରୋଡ଼ କାରିଣୀ ସାହି ଛକ ସ୍ଥିତ ମା ସାରାଳା ଜୁଏଲରୀ ମାଲିକ ଶରତ ଚନ୍ଦ୍ର ସାହୁ(୫୭) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମିପ୍ରିୟା ସାହୁ (୫୫)ନିଜ ଦୋକାନ ବନ୍ଦ କରି ସାଇନଗର ପ୍ରଥମ ଲାଇନରେ ଥିବା ଘରକୁ ନିଜ ସ୍କୁଟି ଯୋଗେ ଫେରୁଥିବା ବେଳେ କୋର୍ଟ ଷ୍ଟେସନ ପରେ ଗଳା ଶଙ୍ଖ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ପଲସର ମୋଟର ସାଇକେଲରେ ଆସି ପ୍ରଥମେ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ ଓ ମାରଣାସ୍ତ୍ରରେ ଆକ୍ରମ କରିଥିଲେ । ପରେ ଉଭୟଙ୍କୁ ଆକ୍ରମଣ କରି ସ୍କୁଟି ଡିକିରେ ଥିବା ସୁନା ଓ ରୁପା ଅଳଙ୍କରା ଲୁଟି ନେଇଥିଲେ । ତେବେ ଏହି ଅଳଙ୍କାର ଲୁଟି ନେବା ସହ ବ୍ୟବସାୟୀଙ୍କ ସ୍ତ୍ରୀ ପିନ୍ଧିଥିବା ପ୍ରାୟ ତିନି ତୋଳା ଓଜନର ସୁନା ଚେନ ମଧ୍ୟ ତାଙ୍କୁ ଆକ୍ରମଣ କରି ଲୁଟି ନେଇଥିବା ଜଣାପଡିଛି ।ଦୁର୍ବୃତ୍ତଙ୍କ ଆକ୍ରମଣରେ ସୁନା ବ୍ୟବସାୟୀ ଓ ତାଙ୍କ ସ୍ତ୍ରୀ ଆହାତ ହୋଇଥିବା ବେଳେ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।ସେପଟେ ଘଟଣାର ଖବର ପାଇ ଛତ୍ରପୁର ଏସଡିପିଓ ଗୌତମ କିଷାନ ଓ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଲୁଟ୍ ହୋଇଥିବା ସୁନା ଅଳଙ୍କରର ମୂଲ୍ୟ ପ୍ରାୟ ୫୦ରୁ ୬୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।


